ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଜୁନିୟର ରେଡ଼କ୍ରସ ତରଫରୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଡେଙ୍ଗ ଠାରେ କୋଭିଡ଼-୧୯ ନିୟମ ଅନୁଯାୟୀ ପାଳନ କରି ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇ ଥିବା । ପ୍ରଧାନଶିକ୍ଷକ ବିଶ୍ୱ ନାଥ ମେହେରଙ୍କ ଅଧ୍ୟକ୍ଷତାରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷୟତ୍ରୀ ରେଣୁକା ସାହୁ, ଗାୟତ୍ରୀ ବାରିକ, ଦ୍ରୋପଦୀ ଭୋଇ, କାନ୍ତି ଭୋଇ, ଭାରତୀ ପ୍ରଧାନ, ଯୋସ ବନ୍ତି ସୁନା, ସ୍ୱ।ଗତିକା ଦାସ ପ୍ରମୁଖ ଯୋଗ ଦେଇଥିଲେ । ଯେଉଁ ଠାରେ ନାରୀ ସମାଜକୁ ସମ୍ନାନ କରାଯାଏ ସେହି ଠାରେ ଦେବତା ମାନେ ଆଶୀର୍ବାଦ କରନ୍ତି ତଥା କନ୍ୟା ରତ୍ନ ଅଟେ ବୋଲି ସଭାରେ ମତ ପ୍ରକାଶ ପାଇ ଥିଲା । ଏହି ଅବସରରେ ବିଦ୍ୟାଳୟର ବାଳିକା ମାନଙ୍କୁ ଜୁନିୟର ରେଡ଼ କ୍ରସ ତରଫରୁ ଶିକ୍ଷଣ ସାମଗ୍ରୀ ପ୍ରଦାନ କରାଯାଇଥିଲା । କାର୍ୟ୍ୟକ୍ରମରେ ଶିକ୍ଷକ କୈବଲ୍ୟ ତରିଆ, ଆଦିତ୍ୟ ରଣା, ସୁଦର୍ଶନ ଦାସ, ବଜ୍ର ମୋହନ ମାଝୀ, ଲିଙ୍ଗରାଜ ନନ୍ଦ ପ୍ରମୁଖ ଉପସ୍ଥିତ ଥିବା ବେଳେ ଜୁନିୟର ରେଡ଼କ୍ରସ କାଉନସେଲର ରାମ ନାରାୟଣ ଦାସ କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ ଓ ଶେଷରେ ଖେଳ ଶିକ୍ଷକ ହିମାଂଶୁ ଶେଖର ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.