csstore

କେମେରିଆନ କ୍ଲବ୍‌ ବଲାଙ୍ଗିର (ସିସିବି)ର ଚତୁର୍ଥ ସାଧାରଣ ପରିଷଦ ବୈଠକ ଓ ବନ୍ଧୁମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି କେମେରିଆନ କ୍ଲବ୍‌, ବଲାଙ୍ଗିର ଚତୁର୍ଥ ସାଧାରଣ ପରିଷଦ ବୈଠକ ଏବଂ ବନ୍ଧୁମିଳନ ପାଟଣାଗଡ କାହ୍ନା ନର୍ସରୀ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାଁ ସମଳେଶ୍ୱରୀ ମାଁ ପାଟଣେଶ୍ୱରୀ ଓ ମାଁ ଦଶମତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପ୍ରଦୀପ ପ୍ରଜ୍ଜଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲ । ସିସିବିର ସଭାପତି ଅଭୟ କୁମାର ସାହୁ, ଉପସଭାପତି ସନ୍ତୋଷ ଦାଶ, ସଂପାଦକ ଧନମତ ପାଣିଗ୍ରାହୀ, ସହ ସଂପାଦକ ଜିତେନ୍ଦ୍ର ସାହୁ, ରବିନ କଲରଲେବ ଭବାନୀପାଟଣାର ସତ୍ତ୍ୱାଧିକାରୀ ରଞ୍ଜିତ ସାହୁ, ଅତିଥି ଭାବେ କଟକ ଏବଂ ଭୂବନେଶ୍ୱରରୁ ଆସିଥିବା ଶିଶିର କୁମାର ନାୟକ, ଟିଟୋ ଭାଇ, ସନ୍ତୋଷ ବେଜ୍‌, ଦେବାଂଶୁ ପଟ୍ଟନାୟକ, ପାଟଣାଗଡ ୟୁନିଟ୍‌ର ମୁଖ୍ୟ ରମେଶ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଏହାକୁ ସଭାପତିତ୍ୱ କରିଥିଲେ ସିସିବିର ସଭାପତି ଅଭୟ କୁମାର ସାହୁ, ଅତିଥି ମାନଙ୍କ ଅଭିଭାଷଣ ପରେ ସିସିବିର ସଂପାଦକ ଧନମତ ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିବା ସହ ସିସିବିର ଆଗାମୀ କାର୍ଯ୍ୟକ୍ରମ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସଭାକୁ ସଂଯୋଜନା କରିଥିଲେ ସଂଜୀବ ସିଦ୍ଧାର୍ଥ ପାଣିଗ୍ରାହୀ । ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଦୀପ କୁମାର ଶତପଥି । ତିନୋଟି ପର୍ଯ୍ୟାୟର ଏହି କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ସଭାକାର୍ଯ୍ୟ, ଦ୍ୱତୀୟ ପର୍ଯ୍ୟାୟରେ କ୍ୟାମେରାର ନୂତନ ନୂତନ ଜ୍ଞାନକୈାଳ ସମ୍ବନ୍ଧରେ କର୍ମଶାଳା ଏବଂ ତୃତୀୟ ପର୍ଯ୍ୟାୟରେ ଭାବାନୀପାଟଣା ରବିନ କଲରଲେବ ଦ୍ୱାରା ରବିନ୍‌ ବନ୍ଧନ ଆଲବମର ଡେମୋ ପ୍ରଦର୍ଶନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ତଥା ଜିଲ୍ଲା ବାହାରର ପ୍ରାୟ ୮୦ଜଣ ସଭ୍ୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ସଂପାଦକ ଧନମତ ପାଣିଗ୍ରାହୀ ପାଟଣାଗଡ ୟୁନିଟ୍‌କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଶେଷରେ ଭୋଜିଭାତର ଆୟୋଜନ ପରେ ବୈଠକ ସମାପ୍ତ ହୋଇଥିଲା ।

jayashree
Leave A Reply

Your email address will not be published.