ଦ ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଉରକେଲାର ସାମାଜିକ ସଂଗଠନ ଦି ମିରର ସୋସିଆଲ ଫାଉଣ୍ଡେସନ ଅନୁଷ୍ଠାନ ତରଫରୁ କଳିଙ୍ଗ ବିହାର ହନୁମାନ ମନ୍ଦିର ପରିସରରେ ସୂଜି ହାଲୁଆ ପ୍ରସାଦ ବଣ୍ଟନ କରାଯାଇଥିଲା । ଏହାସହ ୯ ଜଣ “ବ୍ରାହ୍ମଣ ଦେବ”ଙ୍କୁ ଅନୁଷ୍ଠାନ ତରଫରୁ “ଦର୍ପଣ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ସମସ୍ତ ସଭ୍ୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ ସମ୍ପାଦନ କରାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ବୈକୁଣ୍ଠ ସାହୁ , ଚନ୍ଦନ ସାମଲ, ରୀତା ସାମଲ, ସୁଶିଲ ସେଠି, ହରେକୃଷ୍ଣ ନାୟକ, ଦେବାଶିଷ ମହାନ୍ତି, ସୁରେଶ ଲେଙ୍କା, ବିଶ୍ଵନାଥ ରାଉତ, ମନୋଜ, ବିକି ସିଂ, ଦେବିକା ମିଶ୍ର, ବରଦା ମିଶ୍ର, ବାପି ଜୋତିଷ, ବୈଶାଳି ସାହୁ, ବାସନ୍ତି ବିଶ୍ୱାଳ, ଗତିକୃଷ୍ଣ ନାୟକ ଆଦି ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.