centurian jitm

ଜିଲ୍ଲା ସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତୀ -୨୦୨୫ ମହାସମାରୋହରେ ପାଳିତ

nschool

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନର ତତ୍ୱାବଧାନରେ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କବି ଜୟଦେବ ଜୟନ୍ତୀ -୨୦୨୫ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଜୟନ୍ତୀ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ ଓ ମୁଖ୍ୟ ବକ୍ତା ଭାବେ ପ୍ରତିଶ୍ରୁତି ପତ୍ରିକାର ସମ୍ପାଦକ ଭାଗବତ ପଣ୍ଡା ଓ ସମ୍ମାନିତ ବକ୍ତା ଭାବେ ଶରତ ଚନ୍ଦ୍ର ନାୟକ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କବି ଜୟଦେବଙ୍କ ଫୋଟୋ ଚିତ୍ରରେ ଭକ୍ତିପୂତ ମାଲ୍ୟାର୍ପଣ କରି ଏହାକୁ ଉଦଘାଟନ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ କବି ଜୟଦେବଙ୍କ ରଚିତ ଗୀତଗୋବିନ୍ଦମର ଶାବ୍ଦିକ, ମାର୍ମିକ ଓ ଧାର୍ମିକ ଦିଗର ମଧୁରତା ଓ ଚମତ୍କାରୀତା ବିଷୟରେ ପ୍ରତିପାଦନ କରି କାଳ ଜୟୀ କବି ଜୟଦେବଙ୍କ ଗୀତଗୋବିନ୍ଦମ ହେଉଛି ଓଡ଼ିଆ ସାହିତ୍ୟ ଜଗତରେ ଏକ ଅନବଦ୍ୟ ସୃଷ୍ଟି କାରଣ ଆଜିକୁ ଶହ ଶହ ବର୍ଷ ତଳେ ଓଡିଶାରେ ଏପରି ଏକ କାବ୍ୟ ତାଙ୍କ ଦ୍ୱାରା ରଚିତ ହୋଇଥିଲା ଯାହାକି ଅତି ଉଚ୍ଚକୋଟିର ଓ ବିଶ୍ଵବିଦିତ ଓଡ଼ିଆ ସାହିତ୍ୟ ଜଗତରେ ଗୀତ ଗୋବିନ୍ଦମ କେବଳ ଗୋଟିଏ କାବ୍ୟ ନୁହେଁ ବରଂ ଆମ ଓଡ଼ିଆ ମାନଙ୍କ ପାଇଁ ଏହା ଏକ ଗର୍ବ, ତେଣୁ ଆଜି ତାଙ୍କ ପବିତ୍ର ଜନ୍ମ ଜୟନ୍ତୀ ପାଳନ ଶୁଭ ଅବସରରେ ଆମେ ସମସ୍ତେ ଆମ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ସାହିତ୍ୟକୁ ଉଦ୍ଜୀବିତ ରଖିବା ପାଇଁ ସଂକଳ୍ପ ବଦ୍ଧ ହେବା ସହ ଯୁବପିଢ଼ିଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଟ କରିବା ପାଇଁ ଯଥାଚିତ ପ୍ରୟାସ କରିବା ଯାଦ୍ୱାରା ଆଗାମୀ ଭବିଷ୍ୟତରେ ଓଡ଼ିଆ ସାହିତ୍ୟ ବିଶ୍ୱ ଦରବାରରେ ତାର ପରିଚୟକୁ ଯୁଗ ଯୁଗ ଧରି ଅମ୍ଲାନ ଓ ଅକ୍ଷୁର୍ଣ୍ଣ ରଖିଚାଲିଥିବ । ସେହିପରି ସମ୍ମାନିତ ଅତିଥି ଶ୍ରୀ ମଲ୍ଲିକ କହିଥିଲେ ଯେ, କବି ଜୟଦେବ ଭକ୍ତି ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ଏବଂ ତା’ଙ୍କ ରଚିତ ଗୀତ ଗୋବିନ୍ଦ, ଶ୍ରୀରାଧା-କୃଷ୍ଣଙ୍କ ଉପରେ ଆଧାରିତ ଏକ ଭକ୍ତି ରସାତ୍ମକ କାବ୍ୟ, ଯାହାକି ବିଶ୍ୱବିଦିତ । ସେହିପରି ମୁଖ୍ୟ ବକ୍ତା ଶ୍ରୀ ପଣ୍ଡା ଜୟଦେବଙ୍କ ରଚିତ କାବ୍ୟ ଗୀତଗୋବିନ୍ଦମର ବିଭିନ୍ନ ପଂକ୍ତି ଓ ଶ୍ଳୋକକୁ ଅତି ସୁନ୍ଦର ଭାବେ ବ୍ୟାଖ୍ୟା କରି ୧୨ଟି ଅଧ୍ୟାୟ,୨୪ ଟି କାବ୍ୟ ଓ ୭୭ଟି ଶ୍ଳୋକ ସମ୍ବିଳିତ ଏହି କାବ୍ୟର ସୁନ୍ଦରତା, ମାଧୁଯ୍ୟତା, ଚମତ୍କାରିତା ବିଷୟରେ ଉଲ୍ଲେଖ କରି ଏହି କାବ୍ୟକୁ ଆନ୍ତରିକ ଶ୍ରଦ୍ଧାର ସହିତ ପଠନ କଲେ ମାନବ ସମାଜ ତଥା ବ୍ୟକ୍ତି ବିଶେଷଙ୍କ ଜୀବନ ଚର୍ଯ୍ୟାରେ ଏହାର ଉପାଦେୟତା ଓ ସକାରାତ୍ମକ ପ୍ରଭାବ ପଡିବ ବୋଲି ଉଲ୍ଲେଖ କରିଥିଲେ । ସମ୍ମାନିତ ବକ୍ତା ଶ୍ରୀ ନାୟକ କବି ଜୟଦେବଙ୍କ ଅଗାଧ ପାଣ୍ଡିତ୍ୟ ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ପଦାଧିକାରୀ, କର୍ମଚାରୀ, ସାହିତ୍ୟିକ, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମାଁ ଅମ୍ବିକା ସଂଗୀତ ସାଗର ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ଗୀତଗୋବିନ୍ଦମ ସଂଗୀତ ପରିବେଷଣ କରାଯାଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଦ୍ୱାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ପରିଚାଳନାରେ କାର୍ଯ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.