csstore

ଲୋଇସିଂହାରେ ଆଇନଜୀବୀ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଓକିଲ ସଂଘ ତରଫରୁ ସ୍ଥାନୀୟ ସମ୍ମିଳନୀ କକ୍ଷ ପରିସରରେ ମଧୁବାବୁ ଜୟନ୍ତୀ ତଥା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । ସଂଘର ସଭାପତି ପ୍ରଦୀପ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସଭାପତି ସଞ୍ଜୟ ଷଡ଼ଙ୍ଗୀ, ସମ୍ପାଦକ ଜ୍ୟୋତିରଂଜନ ପଟେଲଙ୍କ ସମେତ ବରିଷ୍ଠ ଓକିଲ ରାଜେନ୍ଦ୍ର ନାଏକ, ପ୍ରଶାନ୍ତ ବେହେରା, ଶୁଭେନ୍ଦୁ ସାହୁ, କ୍ଷେତ୍ରପାଳ ସାହୁ, ରାଜକିଶୋର ମିଶ୍ର, ଅଶୋକ ସାହୁ, ଶଶାଙ୍କ ଶେଖର ଭୋଇ, ପ୍ରବୀଣ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଓଡ଼ିଶାର ପ୍ରଥମ ଓକିଲ ମଧୁବାବୁଙ୍କ ସ୍ମୃତିଚାରଣ କରିବା ସହିତ ବାରିଷ୍ଟର ଦିବସ ଉପରେ ମତବ୍ୟକ୍ତ କରିଥିଲେ । ସମ୍ପାଦକ ଶ୍ରୀ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.