centurian jitm

ପହଲଗାମରେ ନିହତଙ୍କ ପାଇଁ ଶ୍ରଦ୍ଧାଞ୍ଜଳି

nschool

ବାରିପଦା, (ଦେବସ୍ମିତ ଚୌଧୁରୀ) : ରେଡ ଗ୍ରୀନ ଫାଉଣ୍ଡେସନ ଓ ନାରାୟଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ଜାମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଗୁଳିରେ ୨୬ ଜଣ ପ୍ରାଣ ହରାଇଥିବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି । ତତ୍‌ସହିତ ସେମାନଙ୍କର ଅମ୍ଲାନ ଆତ୍ମାର ସଦଗତି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡଃ ନିରୋଜ କୁମାର ପୋଥାଳ, ସୋମନାଥ ସିଂହ, ଚିତ୍ତରଞ୍ଜନ ସ୍ୱାଇଁ, ବସନ୍ତ କୁମାର ମହାପାତ୍ର, ପ୍ରତାପେଶ୍ୱର ଦାଶ, ଜୟ ପ୍ରକାଶ ମହାନ୍ତ, ଅରବିନ୍ଦ ମୁଖି, ରୁମା ବାରିକ, ଭାସ୍ୱତୀ ପଣ୍ଡା, ରାଜଲକ୍ଷ୍ମୀ ମିଶ୍ର, ବିଜୟଲକ୍ଷ୍ମୀ ନାୟକ, ରାଜାରାମ ମାର୍ଣ୍ଡି ଓ ଦିପୁ ମୁଖି ପ୍ରମୁଖ ଉପସ୍ଥିତଥିଲେ ।

Leave A Reply

Your email address will not be published.