oom

ସଂସ୍କୃତ ପରିଷଦ ବଲାଙ୍ଗିରର ବାର୍ଷିକ ଅଧିବେଶନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିର ପରିସରରେ ମହାବିଷୁବ ସଂକ୍ରାନ୍ତି ଅବସରରେ ସଭାପତି ନୀଳମଣି ମିଶ୍ରଙ୍କ ସଭାପତିତ୍ୱରେ ସଂସ୍କୃତ ପରିଷଦ ବଲାଙ୍ଗିରର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ହନୁମାନ ଜୀଙ୍କ ଜୟନ୍ତୀ ଉପଲକ୍ଷେ ଫୁଲ, ଚନ୍ଦନ, ଧୂପ, ଦୀପ, ସିନ୍ଦୁର, ନଡିଆ ପ୍ରଦାନ ପୂର୍ବକ ପୂଜାଅର୍ଚ୍ଚନା କରିବା ସହିତ ହନୁମାନ ଚାଳିଶା ପୁସ୍ତକ ବଣ୍ଟନ ସହ ପଠନ କରାଯାଇଥିଲା । ସମ୍ପାଦକ ଆଇନଜୀବୀ ଜୟରାମ ମିଶ୍ର ଗତ ବର୍ଷର ବିବରଣୀ ପାଠ ପରେ ଅନୁଷ୍ଠାନର ନୂତନ କର୍ମକର୍ତ୍ତା ଚୟନ ଓ ନାମ ଘୋଷଣା କରାଯାଇଥିଲା । ସଭାପତି ରୂପେ ଜୟରାମ ମିଶ୍ର, ଉପସଭାପତି କେଶବ ଚନ୍ଦ୍ର ମିଶ୍ର, ସମ୍ପାଦକ ରାଜ କିଶୋର ପଣ୍ଡା, ସହ-ସଂପାଦକ ଶୀତାଂଶୁ ଶେଖର ନାୟକ ଓ କୋଷାଧ୍ୟକ୍ଷ ବ୍ରଜ କିଶୋର ପଣ୍ଡା ମନୋନିତ ହୋଇଥିଲେ । ଉକ୍ତ ଅଧିବେଶନରେ ମୁଖ୍ୟବକ୍ତା ରୂପେ ଗିରିଜା ଶଙ୍କର ରଥ, ସମ୍ମାନୀତ ବକ୍ତା ରୂପେ ଡ. ସତ୍ୟବନ୍ତ ବେଦବାକ, ମୁଖ୍ୟ ଅତିଥି ରୂପେ ନୀଳମଣି ମିଶ୍ର, ସଭାପତି ରୂପେ ଜୟରାମ ମିଶ୍ର ଓ ସମ୍ପାଦକ ରାଜକିଶୋର ପଣ୍ଡାଙ୍କୁ ଫୁଲତୋଡା ଓ ଉପଢୌକନ ପ୍ରଦାନ ପୂର୍ବକ ମଂଚାସିନ କରାଯାଇଥିଲା । ବକ୍ତାଗଣ ବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତି, ହିନ୍ଦୁ ନବବର୍ଷ, ପଣ୍ଡା ସଂକ୍ରାନ୍ତିର ଉଦ୍ଦେଶ୍ୟ ଓ ଆବଶ୍ୟକତା ଉପରେ ନିଜ ବକ୍ତବ୍ୟ ରଖିଥିଲେ । ଅଧିବେଶନରେ ପର୍ଶୁରାମ ନାୟକ, ପୁରୁଷୋତ୍ତମ ପଣ୍ଡା, ବନମାଳି ନନ୍ଦ, ମନୋରଞ୍ଜନ ମିଶ୍ର, କପିଳ ପତି, ସିଦ୍ଦେଶ୍ୱର ପାଣିଗ୍ରାହୀ, ଶୁଭେନ୍ଦୁ କୁମାର ନନ୍ଦ, ମଦନ ମୋହନ ରଥ, ଲୋକନାଥ ନେପାକ, ପ୍ରସନ୍ନ କୁମାର ମିଶ୍ର, ନୀଳାଚଳ ହୋତା, ମଧୁସୁଦନ ନାୟକ, କିଶୋର କୁମାର ପୁରୋହିତ, ମଳୟ କୁମାର ଦିଶ୍ରୀ, ଶୁଭେନ୍ଦୁ କୁମାର ନନ୍ଦ, ପ୍ରମୁଖ ଉପସ୍ଥିତ ଥିଲେ । ପଣା ସଂକ୍ରାନ୍ତି ଉପଲକ୍ଷେ ସଭ୍ୟ ଓ ଭକ୍ତମାନଙ୍କ ଲାଗି ଜଳଖିଆ ଓ ପଣାପାଣିର ସୁବ୍ୟବସ୍ଥା ମଧ୍ୟ ହୋଇଥିଲା । ସମ୍ପାଦକଙ୍କ ଧନ୍ୟବାଦ ଅର୍ପଣ ପରେ ସଭପାତି ସଭା ସାଙ୍ଗ ଘୋଷଣା କରିଥିଲେ ।

jittmm
Leave A Reply

Your email address will not be published.