oom

ସମୁଦ୍ରଜଳରୁ ବିଶୁଦ୍ଧ ପାନୀୟଜଳ ଉତ୍ପାଦନ କରି ଲୋକଙ୍କୁ ମଧୁରଜଳ ଯୋଗାଇବ ଆଇ.ଆର୍.ଇ.ଏଲ୍ (ଇଣ୍ଡିଆ)

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାଗରମାଳା ପରି ଯୋଜନାରେ ଆଉ ଏକ ନୂତନ ଅଧ୍ୟାୟ ସୃଷ୍ଟି କରାଯାଇଛି । ଯାହାକି ସମୁଦ୍ରଜଳରୁ ମଧୁରଜଳ ସଂଗୃହିତ କରାଯାଇ ବିଶୁଦ୍ଧ ପାନୀୟ ଜଳ ଲୋକଙ୍କୁ ଯୋଗାଇ ଦେବାରେ ଭାରତ ସରକାର ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି । ଭାରତ ବିଶ୍ଵର ପଞ୍ଚମଦେଶ ଭାବେ ଏକ ପରିଚୟ ସୃଷ୍ଟି କରିଛି । ଯେଉଁଠାରେ ଏସ୍.ଡ଼ବ୍ଲିଉ.ଆର୍.ଓ. ମେମ୍ବ୍ରେନ୍ ଜ୍ଞାନ କୌଶଳ ଦ୍ୱାରା ମଧୁର ଜଳ ଉତ୍ପାଦନ ପ୍ଲାଣ୍ଟ ପ୍ରତିଷ୍ଠା ଇତିମଧ୍ୟରେ ହୋଇସାରିଛି । ଯାହା ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ପ୍ରତିଷ୍ଠା ହୋଇଛି ପୂର୍ବରୁ ଭର୍ଚ୍ଚୁୱାଲ୍ ମାଧ୍ୟମରେ ଜନହିତରେ ଉତ୍ସର୍ଗୀକୃତ ହୋଇପାରିଛି । ଏହା ଗଞ୍ଜାମ ଜିଲ୍ଲାରେ ପ୍ରଥମ କରି ଆରମ୍ଭ ହେଉଥିବା ନେଇ ଏଠାକାର ଜନସାଧାରଣ ଖୁସିବ୍ୟକ୍ତ କରିଛନ୍ତି । ଭାରତ ସରକାରଙ୍କର ଏକ ପ୍ରତିଷ୍ଠାନ ଆଇ.ଆର୍.ଇ.ଏଲ୍ (ଇଣ୍ଡିଆ) ଲିଃ. ସୌଜନ୍ୟରେ ସମୁଦ୍ର ଜଳରୁ ମଧୁରଜଳ ଉତ୍ପାଦନ କରି ଟେପ୍ ଯୋଗେ ସର୍ବସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବ, ଯାହା ଜନହିତରେ ଲୋକଙ୍କୁ ମଧୁର ଜଳ ଅବାଧରେ ଯୋଗାଇଦେବ ବୋଲି ସୋମବାର ଆୟୋଜିତ ଏକ ଆନୁଷ୍ଠାନିକ ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ପ୍ରକାଶ କରିଛି । ସୂଚନା ଯୋଗ୍ୟ ଯେ’ ଆଇ. ଆର୍.ଇ.ଏଲ୍ (ଇଣ୍ଡିଆ) ଲିମିଟେଡ ଏବଂ ପରମାଣୁ ଶକ୍ତି ବିଭାଗ ତଥା ଭାବା ପରମାଣୁ ଗବେଷଣା କେନ୍ଦ୍ରର ମିଳିତ ଉଦ୍ୟମରେ ସମୁଦ୍ର ଜଳରୁ ମଧୁରଜଳ ଉତ୍ପାଦନ କରିବ ବୋଲି ଜଣାଯାଇଛି । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ଆଇ.ଆର୍.ଇ.ଏଲ୍ ପ୍ଲାଣ୍ଟ ପ୍ରତିଷ୍ଠା ପରିସର ସ୍ଥଳ ସମୁଦ୍ର ତଟକୂଳବର୍ତ୍ତୀ ମାଟିଖାଲ ଏବଂ ଆର୍ୟିପଲ୍ଲୀ ଅଞ୍ଚଳକୁ ଡି- ସାଲିନେଶନ ପ୍ଲାଣ୍ଟରୁ ଉତ୍ପାଦିତ ମଧୁରଜଳ ଯୋଗାଇ ଦିଆଯିବ ବୋଲି ସାଧାରଣ ପରିଚାଳକ ଆଇ.ଆର୍.ଇ.ଏଲ୍ (ଇଣ୍ଡିଆ) ତଥା ଓସ୍କୋମ୍ ମୁଖ୍ୟ ସି.ଭି ଆର୍ ମୂର୍ତ୍ତି କହିଛନ୍ତି । ଜଳ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ରୀତେଶୁ ସାହୁ ଜନସାଧାରଣଙ୍କୁ ସଚେତନ ସହ ଅନେକ ଦିଗଦର୍ଶନ ଦେଇଥିଲେ । ଏହି ଅବସରରେ ଆଇ.ଆର୍.ଇ.ଏଲ୍ କଲୋନୀ ଅନ୍ତେବାସୀଙ୍କ ଗୋଚରାର୍ଥେ ସୋମବାର ପୂର୍ବାହ୍ନରେ ସ୍ଥାନୀୟ ଶ୍ରମଶକ୍ତି ବିଦ୍ୟାପୀଠ ପରିସରରେ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀ, ଶିକ୍ଷକ, ଶିକ୍ଷୟିତ୍ରୀଗଣଙ୍କ ଉପସ୍ଥିତିରେ ଏକ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିପରି ଅପରାହ୍ନରେ ମାଟିଖାଲ ସ୍ଥିତ ବାତ୍ୟା ଆଶ୍ରୟ ସ୍ଥଳୀରେ ବରିଷ୍ଠ ବିଜ୍ଞାନୀ ଓ ଆଞ୍ଚଳିକ ଗୋଷ୍ଠୀ ଏବଂ ଅତିଥିଙ୍କ ଗହଣରେ ଜାଗରଣ ସୃଷ୍ଟି କରାଯାଇଥିଲା । ମୁମ୍ବାଇରୁ ଆସିଥିବା ବରିଷ୍ଠ ଅତିଥି ବୈଜ୍ଞାନିକ ଡ଼ଃ. ସୌମିତ୍ର କର ଏବଂ ଗବେଷଣା ପରିଷଦର ବିଜୟ ଏସ୍. ମାମତାନି, ସୌରଭ, ସତୀଶ ଆଇୟେର, ଦୀନେଶ ଲାଡେ,
ଆଇ.ଆର୍.ଇ.ଏଲ୍ (ଇଣ୍ଡିଆ) ପକ୍ଷରୁ ଡିଜିଏମ୍. ଏ କେ ପ୍ରହରାଜ, ସିନିୟର୍ ମ୍ୟାନେଜର ଏଚ. ଆର.ଏମ୍. ଆଶୁତୋଷ ଶର୍ମା, ସି.ଏସ.ଆର୍. ଡିଜିଏମ୍. ଏନ୍.କେ. ନାୟକ, ସିନିୟର୍ ମ୍ୟାନେଜର ଦୀପକ ମିଶ୍ର ପ୍ରମୁଖ ବହୁ ଗଣ୍ୟମାନ୍ୟ ଅଧିକାରୀ ଯୋଗଦେଇ ଏହି ଜନକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଏଚ.ଆର.ଏମ୍. ବିଭାଗର ସୁଶାନ୍ତ କୁମାର ସାହୁ ସଭା ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.