oom

ପ୍ରଥମ ଗୁଣନିଧି ଦାଶ ଭି.ଏସ.ଏସ. ଚେଲେଞ୍ଜର କପ୍ ବ୍ୟାଡ ମିଣ୍ଟନ ପ୍ରତିଯୋଗିତା ଉଦଘାଟିତ

jsmm

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଗତକାଲି ସ୍ଥାନୀୟ ନାଏକ ପଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ କ୍ଲବ ପରିସରରେ ପ୍ରଥମ ଗୁଣନିଧି ଦାଶ ସ୍ମାରକୀ ଭି.ଏସ.ଏସ ଚେଲେଞ୍ଜର୍ କପ୍ ବ୍ୟାଡ ମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇ ଯାଇଅଛି । ସଂଘର ବରିଷ୍ଠ ସଦସ୍ୟ ଭୋଲାନାଥ ଦାଶଙ୍କ ସଭାପତିତ୍‌ତ୍ୱ ଓ ନିପନ୍ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି ପ୍ରତିଯୋଗିତାକୁ ଆନୁଷ୍ଠନିକ ଭାବରେ ଉଦଘାଟନ କରିଥିଲେ ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ, ପୂର୍ବ ବିଧାୟକ ନିହାର ରଞ୍ଜନ ମହାନନ୍ଦ, ପ୍ରଦୀପ ଦେବତା, ସରୋଜ ମହାପାତ୍ର, ସରୋଜ ଷଡ଼ଙ୍ଗୀ, ଦୟା ସାଗର ମଣ୍ଡଳୀ, କରୁଣା କର ସାହୁ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଥିଲେ । ଏହି ପ୍ରତିଯୋଗିତାରେ ୧୯ ବର୍ଷରୁ କମ ବୟସ ବିଭାଗରେ ୧୪ ଯୋଡ଼ି ଦବଲ୍ସ୍ ପ୍ରତିଯୋଗୀ ଓ ସିନିୟର୍ ବିଭାଗରେ ୩୮ ଯୋଡ଼ି ଦବଲ୍ସ ପ୍ରତିଯୋଗୀ ଅଂଶ ଗ୍ରହଣ କରିଛନ୍ତି । ମ୍ୟାଚକୁ ସଚ୍ଚିଦାନନ୍ଦ ପଣ୍ଡା ଓ ଜିମ୍ ପତି ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.