ଅନ୍ୱେଷଣ ତରଫରୁ ବିଶ୍ୱ ନାଟ୍ୟଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସାଂସ୍କୃତିକ ଅନୁଷ୍ଠାନ ଅନ୍ୱେଷଣ ପକ୍ଷରୁ ବିଶ୍ୱ ନାଟ୍ୟଦିବସ ପାଳିତ ହୋଇଯାଇଛି । ଢୋଲମୁହୁରୀ କଳା ପରିଷଦର ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ସନ୍ଦୀପ କୁମାର କୁଅଁରଙ୍କ ସଭାପତିତ୍ୱକରିଥିବା ବେଳେ ଲୋକ ସଂସ୍କୃତି ଗବେଷକ ନୀଳାଞ୍ଚଳ ନନ୍ଦ, ଅର୍ଜୁନ ମୁଗ୍ରୀ, ନୃତ୍ୟ ଶିଳ୍ପୀ ସ୍ୱରୂପା ସିଂ ମଂଚାସୀନ ହୋଇଥିଲେ । ଅନ୍ୱେଷଣର ସଂପାଦକ ପ୍ରକାଶ ଚନ୍ଦ୍ର ଥନାପତି ସ୍ୱାଗତ ଭାଷଣ ଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ବଲାଙ୍ଗିରରେ ନାଟକର ସ୍ଥିତି ମଜଭୁତ ଥିବା ବେଳେ ମଂଚ ନାଟକ ପାଇଁ ଦର୍ଶକ ସଂଖ୍ୟା କମି ଯାଉଥିବାରୁ ସମସ୍ତେ ଉଦବେଗ ପ୍ରକାଶ କରିବା ସହ ନାଟକକୁ ଯୁଗ ଉପଯୋଗୀ କରିବାକୁ ନାଟ୍ୟକାର ମାନେ ଉଦ୍ୟମ କରିବାକୁ ଆବାନ ଦେଇଥିଲେ । ଶେଷରେ ବାସନ୍ତୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଅନ୍ୱେଷଣ ପକ୍ଷରୁ ବିଶ୍ୱ ନାଟ୍ୟଦିବସ ପାଳିତ ହୋଇଯାଇଛି । ଢୋଲମୁହୁରୀ କଳା ପରିଷଦର ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ସନ୍ଦୀପ କୁମାର କୁଅଁରଙ୍କ ସଭାପତିତ୍ୱ କରିଥିବା ବେଳେ ଲୋକ ସଂସ୍କୃତି ଗବେଷକ ନୀଳାଞ୍ଚଳ ନନ୍ଦ, ଅର୍ଜୁନ ମୁଗ୍ରୀ, ନୃତ୍ୟ ଶିଳ୍ପୀ ସ୍ୱରୂପା ସିଂ ମଂଚାସୀନ ହୋଇଥିଲେ । ଅନ୍ୱେଷଣର ସଂପାଦକ ପ୍ରକାଶ ଚନ୍ଦ୍ର ଥନାପତି ସ୍ୱାଗତ ଭାଷଣ ଦେଇ ଅନୁଷ୍ଠାନ ର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ବଲାଙ୍ଗିରରେ ନାଟକର ସ୍ଥିତି ମଜଭୁତ ଥିବା ବେଳେ ମଂଚ ନାଟକ ପାଇଁ ଦର୍ଶକ ସଂଖ୍ୟା କମି ଯାଉଥିବାରୁ ସମସ୍ତେ ଉଦବେଗ ପ୍ରକାଶ କରିବା ସହ ନାଟକକୁ ଯୁଗ ଉପଯୋଗୀ କରିବାକୁ ନାଟ୍ୟକାର ମାନେ ଉଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ । ଶେଷରେ ବାସନ୍ତୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.