ବସୁଧୈବ କୁଟୁମ୍ବକମ୍‌ର ବିଶ୍ୱ ମହିଳା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ବସୁଧୈବ କୁଟୁମ୍ବକମ୍ ତରଫରୁ ବିତ୍ୱ ମହିଳା ଦିବସ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଭାପତିତ୍ୱ, ସମ୍ପାଦକ ଅନିଲ କୁମାର ଦାଶଙ୍କ ଆବାହକତ୍ୱ ଓ ବିଜୟିନୀ ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବିଶତପଥୀ ଓ ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଅଧ୍ୟକ୍ଷା ପ୍ରଫେସର ଡ଼ଃ ମୀନତି ପଣ୍ଡା ଯୋଗଦେଇ ବିଶ୍ୱ ମହିଳା ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । କବି ଶତପଥୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଏହି ଦିବସ ୧୨୦ ବର୍ଷ ଧରି ପାଳନ ହୋଇଆସୁଛି । ନାରୀ ତା’ର ଆଭ୍ୟନ୍ତରୀଣ ପ୍ରତିଭାକୁ ଲୋକଲୋଚନରେ ଆଣିବାରେ ସେ ନିଜେ ଉଦ୍ୟମ କରିବା ଦରକାର । ନାରୀ ଓ ପୁରୁଷଙ୍କ ମଧ୍ୟରେ ତୁଳନା କରିବା ଠିକ ନୁହେଁ । ନାରୀ ସୃଷ୍ଟି କର୍ତ୍ତା । ତେବେ ଆଜିକାଲି ମା ମାନଙ୍କ ମଧ୍ୟରେ ମମତ୍ୱବୋଧ ଅଭାବ ରହୁଛି । ତେଣୁ ନାରୀ ଏଥିପାଇଁ ସଜାଗ ରହିବା ଦରକାର । ମୁଖ୍ୟବକ୍ତା ଡଃ ପଣ୍ଡା ତାଙ୍କ ବକ୍ତବ୍ୟରେ ନାରୀମାନଙ୍କର ଉତ୍ତର ଦାୟିତ୍ଵ, ସମାଜକୁ ମାର୍ଗଦର୍ଶନ, ମାତୃତ୍ଵ, ମମତା ଓ ପରିବାର ସୁପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀମତୀ ପଟ୍ଟନାୟକ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସହ ଅତିଥି ମାନଙ୍କ ପରିଚୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲା ବେଳେ ସୁଚିତ୍ରା ଲେଙ୍କା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ଆବାହକ ହରିହର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ କବି କୁଞ୍ଜବିହାରୀ ରାଉତ ଓ ତ୍ରିଲୋଚନ ତ୍ୱାଇଁଙ୍କ ସଂଯୋଜନାରେ ସର୍ବଶ୍ରୀ ଅଜିତ ମୋହନ ପୁଝାରୀ, ଶର୍ମିଷ୍ଠା କବିଶତପଥୀ, ବିଜୟିନୀ ଜେନା, ଅଜୟ ମହାନ୍ତି, ସୁଶାନ୍ତ ନାୟକ, ମୀନକେତନ ପଶାୟତ, ଉର୍ବଶୀ ଦାଶ, ଜ୍ୟୋସ୍ନା ରାଣୀ ପାତ୍ର, ଚିନ୍ମୟୀ ପୁରୋହିତ, ହରିହର ଶତପଥୀ, ଅର୍ଚ୍ଚନା ଦେବତା, ଦେବେନ୍ଦ୍ର କୁମାର ବଳ, ତ୍ରିଲୋଚନ ସ୍ୱାଇଁ ଓ କୁଞ୍ଜବିହାରୀ ରାଉତ ପ୍ରମୁଖ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହେନ୍ଦ୍ର କୁମାର ପଟ୍ଟନାୟକ, ଅଭୟ କୁମାର ଦାସ, ଗିରିଜା ଶଙ୍କର ଗୋସ୍ୱାମୀ, ନବଘନ ସାହୁ, ସ୍ନିଗ୍ଧା ସାମନ୍ତରାୟ, ପ୍ରୀତି ସାହୁ, ବିକ୍ରମ ଆଚାର୍ଯ୍ୟ, ସସ୍ମିତା ପ୍ରଧାନ, ପ୍ରତିମାବାଳା ଶତପଥୀ, ରବିନ୍ଦ୍ର ସରାଫ, ବଳରାମ ଦାଶ, ଜ୍ଞାନେନ୍ଦ୍ର ରାୟ, ରାଜକୁମାର ମହାନ୍ତି, ଜୟଶ୍ରୀ ସାବତ, ନୀନାରାଣୀ ଜେନା, କିଶୋରୀ ମୋହନ କର, ଧୃବ ଚରଣ ନାୟକ, ନଗେନ ସାମନ୍ତରାୟ, ଅଶୋକ ଶୁକ୍ଳା, ସୁବାସ ମହାପାତ୍ର, ଗିରିଶ ବେହେରା, ଗଗନ ଜେନା, ପ୍ରଭାତୀ ଗୋସ୍ୱାମୀ, ଆଶାଲତା ଦାଶ, ସବିତା ପରିଡା, ସଚ୍ଚିକାନ୍ତ ବିଶ୍ୱାଳ, ପ୍ରଭାତୀ ନନ୍ଦ, ଶରତ ମହାନ୍ତି, ରମାକାନ୍ତ ଷଡ଼ଙ୍ଗୀ, ନିମାଇଁ ରାଉତ, ତ୍ରିଲୋଚନ ମିଶ୍ର, ନଳିନୀ ପଟ୍ଟନାୟକ, ପ୍ରିୟମ୍ବଦା ପରିଡ଼ା, ଦେବରାଜ ଗୈାଡ, ବିଶ୍ୱନାଥ ଜେନା ପ୍ରମୁଖ ସାହିତ୍ୟିକ, ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.