ବଲାଙ୍ଗିର, (କେପିଏନ୍ଏସ୍) : ଘୁନଘୁଟିପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଯୁବ କବି ଅର୍ଜୁନ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ସାଂପ୍ରତିକ ସମାଜରେ ଶିକ୍ଷାର ଗୁରୁତ୍ୱ ଉପରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ମାର୍ଗ ଦର୍ଶନ କରିବା ସହ ଅଭିଭାବକମାନଙ୍କ ଦାୟିତ୍ୱ ଉପରେ ଆଳୋକପାତ କରିଥିଲେ ତଥା ଗୁରୁଶିଶ୍ୟ ପରମ୍ପରା ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ସମୃଦ୍ଧ କରିଥାଏ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସମ୍ମାନିତ ଅତିଥି ଭାବେ ସି.ଆର୍.ସି.ସି ଭାଗିରଥି ସୁନା, ସହକାରୀ ଶିକ୍ଷକ ତରଣୀ ଥାପ୍ପା, ଅଞ୍ଜଳି ଭୁଏ, ସ୍କୁଲ ସଭ୍ୟ ବଟୁ ପଟେଲ, ମଧୁ ସେଠ, ଗୋପାଳ ବାରଲେଣ୍ଡିଆ ପ୍ରମୂଖ ମଞ୍ଚାସୀନ ଥିଲେ । ସମସ୍ତ କାର୍ୟ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଡ଼ୋଳାମଣି ମେହେର ସଂଯୋଜନା କରିଥିବା ବେଳେ ସହକାରୀ ଶିକ୍ଷକ ବାଳଗୋପାଳ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପରେ ବିଦ୍ୟାଳୟର ସମସ୍ତ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
Prev Post
Next Post