ଚଲକିରେ କୃଷକ ଉତ୍ପାଦକ କମ୍ପାନୀର ବ୍ଲକସ୍ତରୀୟ ସମନ୍ୱୟ ଓ ସଚେତନତା ବୈଠକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ ଚଲକି ଛକସ୍ଥିତ ଗିରି ଗୋବର୍ଦ୍ଧନ ମନ୍ଦିର ପ୍ରାଙ୍ଗଣରେ ମୁରିବାହାଲର ପ୍ରଗତି କୃଷକ ଉତ୍ପାଦକ କମ୍ପାନୀ, ମହାଶକ୍ତି ଫାଉଣ୍ଡେସନ ଆନୁକୂଲ୍ୟରେ ତଥା ଭାରତ ସରକାରଙ୍କ ନାବାର୍ଡ ସହାୟତାରେ ବ୍ଲକସ୍ତରୀୟ ସମନ୍ୱୟ ଓ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ନାବାର୍ଡର ଡିଡ଼ିଏମ୍‌ ବିବେକ ନାଏକ, ଏଏଚ୍‌ଓ ମନବୋଧ ମାଝୀ, ବ୍ଲକ ମିଶନ ଶକ୍ତି ବିପିଏମ୍‌ ଡ. ଗୋପାଳକୃଷ୍ଣ ଦୀପ, ଭିଏଡ୍‌ବ୍ଲୁ ଜିତେନ୍ଦ୍ର ମେହେର, ମହାଶକ୍ତି ଫାଉଣ୍ଡେସନର ବରିଷ୍ଠ ପରିଚାଳକ ହୃଷିକେଶ ସାହୁ, ଜିଲ୍ଲା ସଂଯୋଜକ ପ୍ରଣବ କୁମାର ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ । କୃଷକ ଉତ୍ପାଦକ ସଙ୍ଘର ବିସ୍ତାର ଓ ସୁଦୃଢ଼ୀକରଣ, ସେଆର ହୋଲଡ଼ରଙ୍କ ଆର୍ଥିକ ଉନ୍ନତି, ସରକାରୀ ସହାୟତା ଆଦି ବିଷୟରେ ବକ୍ତାଗଣ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏଫ୍‌ପିସିର ଏମ୍‌ଡ଼ି ଭାଗିରଥି ଜୁଆଡ଼, ସିଇଓ ଘନଶ୍ୟାମ ପୁଟେଲ, ମଞ୍ଚାସୀନ ଏଫ୍‌ପିସି ନିର୍ଦ୍ଦେଶକ ଧୂବଲେଶ୍ଵର ବାଗ, ପବିତ୍ର ମେହେର, ଝସକେତନ ବୁଡ଼େକ, ହୃଦାନନ୍ଦ ବାଗ, ବିଷ୍ଣୁ ବାଗ, ଅନୁପମା ମେହେର, ରୁକ୍ମିଣୀ ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମରେ ଇଛାପଡ଼ା, ଚଲକି, ବାନ୍ଦୁପଲା, ଗୁଡ଼ିଘାଟ ପଞ୍ଚାୟତରେ କାର୍ଯ୍ୟରତ ଏମ୍‌ବିକେ, ସିଆର୍‌ପି, କୃଷିମିତ୍ର, ପ୍ରାଣୀମିତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଶେଷରେ ମହାଶକ୍ତି ଫାଉଣ୍ଡେସନର ଜିଲ୍ଲା ସଂଯୋଜକ ପ୍ରଣବ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.