ହାତୀ ଆକ୍ରମଣରେ ମହିଳା ଗୁରୁତର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ହାତୀ ଆକ୍ରମଣରେ ମହିଳା ଗୁରୁତର । ହାତୀ ଆକ୍ରମଣର ଶିକାର ହୋଇଛନ୍ତି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତ ତୋଟା ଗ୍ରାମର କଚାଡି ସିକକା । ସୂଚନାଯୋଗ୍ୟ ଯେ, କଚାଡି ସିକକା ଗତକାଲି ସନ୍ଧ୍ୟାରେ ପାହାଡ଼ ଉପରକୁ ଯାଇଥିଲେ ଓ ସେ ଘରକୁ ଫେରିବା ସମୟରେ ହାତୀପଲ ତାଙ୍କୁ ଆକ୍ରମଣ କରିଥିଲେ । ପରେ ଗ୍ରାମବାସୀ ଖବର ପାଇ କଚାଡିଙ୍କୁ ଗ୍ରାମକୁ ଆଣି ରଖିଥିଲେ। ସନ୍ଧ୍ୟା ହୋଇଯାଇଥିବାରୁ ଗ୍ରାମବାସୀ ଓ ବନ ବିଭାଗ ଡାକ୍‌କ୍ତରଖାନା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ନିକଟସ୍ଥ ଜଙ୍ଗଲରେ ହାତୀପଲ ରହିଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣି ପାରିନଥିଲେ । ତେବେ ଆଜି କଚାଡିଙ୍କୁ କଲ୍ୟାଣସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିବା ସୂଚନା ମିଳିଛି । ଗତ ୩ ମାସରେ କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ନିୟମଗିରି ପାହାଡ଼ ଉପରେ ତିନିଜଣଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବାରୁ ଲୋକମାନେ ଭୟଭୀତ ହେଉଥିବା ଡଙ୍ଗରିଆମାନେ କହିଛନ୍ତି । ଏନେଇ ରେଞ୍ଜର ଚନ୍ଦନ ଗମାଙ୍ଗଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ମହିଳାକୁ ଚିକିତ୍ସା ପାଇଁ ଆଣିବାକୁ ଚେଷ୍ଟା କରିଥିଲୁ ହେଲେ ହାତୀ ଜଙ୍ଗଲରେ ଥିବାରୁ ରାତିରେ ଚିକିତ୍ସା ପାଇଁ କଲ୍ୟାଣସିଂହପୁର ଆଣି ହେଲା ନାହିଁ, ତେଣୁ ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସୁସ୍ଥ ହେଲେ ତାଙ୍କୁ ଘରକୁ ପଠାଯିବ ବୋଲି କହିଛନ୍ତି । ରେଞ୍ଜରେ ହାତୀଙ୍କ ଉପଦ୍ରବ ଦିନକୁ ଦିନ ବଢ଼ୁଥିବା ବେଳେ ହାତୀ ସ୍ୱାର୍ଡ ନିଯୁକ୍ତ ନଥିବାରୁ ଲୋକମାନେ ସଚେତନ ହେଉ ନଥିବା ବେଳେ ଲୋକେ ଅକାରଣେ ଜୀବନ ହରାଉଛନ୍ତି ବୋଲି ଡଙ୍ଗରିଆମାନେ ଅଭିଯୋଗ କରିଛନ୍ତି ।

jittmm
Leave A Reply

Your email address will not be published.