centurian jitm

ବିଜେଡି ଛାଡି ବିଜେପି ସାମିଲ ହେଲେ ମୁକେଶ

ସଇଁତଲା, (କେପିଏନ୍‌ଏସ୍‌) : ମୁକେଶ ଜୈନଙ୍କ ଘରବାହୁଡ଼ା । ବିଜେଡି ଛାଡି ବିଜେପିରେ ସାମିଲ ହେଲେ ମୁକେଶ । ଚଳିତ ବର୍ଷ ନିର୍ବାଚନରେ ବିଜେପିରୁ ଟିକଟ ନ ମିଳିବାରୁ ବିଜେପି ଛାଡି ବିଜେଡ଼ିରେ ସାମିଲ ହୋଇଥିଲେ । ହେଲେ ବିଜେଡ଼ିର କାର୍ୟ୍ୟକଲାପକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ବିଜେଡ଼ି ଛାଡି ପୁଣି ବିଜେପି ଦଳରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ବଲାଙ୍ଗିର ସାଂସଦ ସଂଗୀତା ସିଂଦେଓଙ୍କ ଉପସ୍ଥିତରେ ଘର ବାହୁଡ଼ିଛନ୍ତି ଟିଟିଲାଗଡ଼ର ବରିଷ୍ଠ ନେତା ତଥା ସଙ୍ଗଠକ ମୁକେଶ ଜୈନ । ନିଜର ସମର୍ଥକଙ୍କ ସହ ପୁଣି ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି । ମୁକେଶ ପୂର୍ବରୁ ଦୀର୍ଘ ୬ ବର୍ଷ ଧରି ବିଜେପିର ଜିଲା ସାଧାରଣ ସମ୍ପାଦକ ରହିଥିବା ବେଳେ ଗତ ସାଧାରଣ ନିର୍ବାଚନ ପୂର୍ବରୁ ଟିକେଟ ବଣ୍ଟନରେ ଅସନ୍ତୋଷ ପ୍ରକାଶ କରିଥିଲେ । ପୁଣି ସେ ବିଜେପିରେ ମିଶିବା ସହ ଏହା ତାଙ୍କ ଘର ବାହୁଡ଼ା ବୋଲି କହିଛନ୍ତି । ଧୀରେ ଧୀରେ ବିଜେଡ଼ି ଦଳ ଭୁଶୁଡିବାକୁ ଲାଗୁ ଥିବା ନେଇ ଚିନ୍ତାରେ ବିଜେଡ଼ି ଦଳ ବୋଲି ଆଲୋଚନା ହେଉଛି । ଜିଲ୍ଲା ସଭାପତି ଶ୍ରୀବସ୍ଥ ବେହେରା, ସାଂସଦଙ୍କ ଟିଟିଲାଗଡ଼ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ, ବରିଷ୍ଠ ନେତା ମହେନ୍ଦ୍ର ଠାକୁର ପ୍ରମୁଖଙ୍କ ଉପସ୍ଥିତିରେ ମୁକେଶ ବିଜେପିରେ ଯୋଗଦେଇଛନ୍ତି । ମୁକେଶଙ୍କ ଘର ବାହୁଡା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ତଥା ବଲାଙ୍ଗିର ଜିଲ୍ଲାରେ ଦଳକୁ ଆହୁରି ମଜବୁତ୍ କରିବ ବୋଲି ଜିଲା ସଭାପତି ଶ୍ରୀ ବେହେରା କହିଛନ୍ତି ।

Leave A Reply

Your email address will not be published.