centurian jitm

ଅଧରାତିରେ ଲାଗିଲା ନିଆଁ ଜଳିଗଲା ୩ଟି ଘର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଅଧରାତିରେ ଲାଗିଲା ନିଆଁ । ଜଳିଗଲା ୩ଟି ଘର । ସୂଚନାଯୋଗ୍ୟ ଯେ, ରାତି ୧ ଘଣ୍ଟା ସମୟରେ ଘରେ ଶୋଇଥିବା ବେଳେ ଅଚାନକ ସଟସର୍କିଟ ଯୋଗୁ ହୁତୁହୁତୁ ହୋଇ ନିଆଁ ଜଳୁଥିବା ଦେଖି ଭୟଭୀତ ହୋଇ ଉଠିଥିଲେ ତିନି ପରିବାର । ଆଖପାଖ ସାହି ପଡିଶା ଲୋକମାନେ ମଧ୍ୟ ନିଆଁକୁ ଦେଖି ଭୟଭୀତ ହୋଇ ଛାନିଆ ହୋଇପଡ଼ିଥିଲେ । ପରେ ନିଆଁକୁ ଆୟତ କରିବା ପାଇଁ ଲୋକମାନେ ଚେଷ୍ଟା ମଧ୍ୟ କରିଥିଲେ ଓ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏଥିରେ ଫ୍ରିଜ, ୱାସିଙ୍ଗ ମେସିନ, ଟିଭି ଏବଂ ଲୁଗାପଟା ସବୁ ଜଳି ପୋଡିଯାଇଥିବା ସୂଚନା ମିଳିଛି । ଖବର ପାଇ କଲ୍ୟାଣସିଂହପୁର ଥାନା ଅଧିକାରୀ ନୀଳକଣ୍ଠ ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି କାହାର କିଛି କ୍ଷୟକ୍ଷତି ହୋଇ ନଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.