p purohi

ଅମ୍ଳାନଙ୍କ ଅଭିନୀତ ରୋମିଓ ରାଜା କଟକ ବୃନ୍ଦାବନ ହଲରେ ମଧ୍ୟାହ୍ନରେ ପ୍ରିମିୟର ସୋ : ଦଶ ମାସର ବ୍ୟବଧାନ ପରେ ରିଲିଜ ହେଉଛି ଓଡିଆ ଫିଲ୍ମ

dr. purohit

କଟକ : ଦଶ ମାସର ବ୍ୟବଧାନ ପରେ ରିଲିଜ ହେଉଛି ଓଡିଆ ଫିଲ୍ମ । ଆଜି ମୁକ୍ତିଲାଭ କରୁଛି ଅଭିନେତା ଅମ୍ଳାନ ଓ ତମନ୍ନାଙ୍କ ଅଭିନୀତ ଫିଲ୍ମ ରୋମିଓ ରାଜା । ଏନବି ଏଟଟେଂନମେଂଟ ବ୍ୟାନରେ ତିଆରୀ ହୋଇଥିବା ଏହି ଫିଲ୍ମର ଆଜି ମଧ୍ୟାହ୍ନରେ କଟକ ବୃନ୍ଦାବନ ହଲରେ ପ୍ରିମିୟର ହେବ । ସେହିପରି ଅପରାହ୍ନ ୪ଟାରେ ଭୁବନେଶ୍ୱର ସିନେ ପଲିସରେ ବସି ଫିଲ୍ମର ମଜା ନେଇପାରିବେ ଦର୍ଶକ । ହେଲେ କରୋନା କାଳରେ ଫିଲ୍ମ ହଲରେ ବସି ଦେଖିବାର ଅନୁଭୂତି ଏଥର ଭିନ୍ନ ହେବାକୁ ଯାଉଛି । କରୋନା ସଂକ୍ରମଣକୁ ଏଡାଇବା ପାଇଁ କେତେକ କଟକଣା ଲଗାଯାଇଛି । ହଲରେ ପହଂଚିବା ପରେ ଦର୍ଶକଙ୍କ ହେବ ଥର୍ମାଲ ସ୍କ୍ରିନିଂ, ଟିକେଟ୍‌ କିଣିବା ପାଇଁ କେବଳ ଡିଜିଟାଲ ଟ୍ରାଞ୍ଜାକ୍ସନ, ଦର୍ଶକଙ୍କୁ ଦିଆଯିବ ନାହିଁ ପେପର ଟିକେଟ କେବଳ ମୋବାଇଲ ମେସେଜରେ ଆଲର୍ଟ ହେବ ସିଟ, ଫିଲ୍ମ ଦେଖିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ହଲର ବିଭିନ୍ନ ସ୍ଥାନରେ ରହିବ ହ୍ୟାଣ୍ଡ ସାନିଟାଇଜର, ଗେଟିଏ ସିଟ୍‌ ବ୍ୟବଧାନରେ ବସିବେ ଦର୍ଶକ, ହଲରେ ଏସିର ତାପମାତ୍ରା ୨୪ରୁ ୩୦ ଡିଗ୍ରୀ ରହିବ, ହଲରେ ଭେଂଟିଲେଟର ବ୍ୟବସ୍ଥା ରଖିବା ବାଧ୍ୟତାମୂଳକ, କାଉଂଟରରେ କେବଳ ପ୍ୟାକେଟ୍‌ ଖାଦ୍ୟ ମିଳିବ, ଗୋଟିଏ ସୋ ଶେଷ ହେବା ପରେ ସାନିଟାଇଜ ହେବ ହଲ ।

nrusinghnath
Leave A Reply

Your email address will not be published.