oom

ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟକୁ ଥଣ୍ଡା ପାନୀୟ ଜଳ ମେସିନ ଯୋଗାଇଲା ଟିଟିଲାଗଡ଼ ଲାୟନ୍ସ କ୍ଲବ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ପିପଲପଦର ସ୍ଥିତ ଚକ୍ଷୁ ଚିକିତ୍ସାଳୟକୁ ସହର ତଥା ଆଖପାଖ ଜିଲ୍ଲାରୁ ଲୋକେ ଆସି ନିଜର ଚକ୍ଷୁ ପରୀକ୍ଷଣ ତଥା ଅସ୍ତ୍ରୋପଚାର କରିଥାନ୍ତି । ଟିଟିଲାଗଡ଼ ଲାୟନ୍ସ କ୍ଲବ ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ଥଣ୍ଡା ପାନୀୟ ଜଳ ମେସିନ ଲୋକଙ୍କ ନିମନ୍ତେ ଯୋଗାଇ ଥାଏ । ଏହୀ ପରିପ୍ରେକ୍ଷୀରେ ଏସ୍‌ସିଡି ସେଣ୍ଟର ପକ୍ଷରୁ ଏହି ମେସିନ ଦେବାକୁ ଅନୁରୋଧ କରିଥିଲେ । ତାହାକୁ ଆଖି ଆଗରେ ରଖି ଲାୟନ୍ସ କ୍ଲବ ତରଫରୁ ସଦସ୍ୟ ଭି.ଏସ୍‌ ରାଓ ନିଜ ପରିବାର ସଦସ୍ୟଙ୍କ ସ୍ମୃତିରେ ଏହି ମହତ କାମ କରିବାକୁ ଆଗ୍ରହ ପ୍ରକାଶ କରି କ୍ଲବ ତରଫରୁ ଦେବାକୁ ନିଜର ଇଚ୍ଛା ପ୍ରକାଶ କରିଥିଲେ । କ୍ଲବ ସଭାପତି ଗଙ୍ଗାଧର ଶର୍ମାଙ୍କ ସଭାପତିତ୍ୱରେ ଆଜି ଏସ୍‌ସିଡିର ପ୍ରୋଜେକ୍ଟ ଡାଇରେକ୍ଟର ମୋହିତ ମୋହନ ଦାସ ଏବଂ ଲାୟନ୍ସ କ୍ଲବଙ୍କ ଉପସ୍ଥିତିରେ ଏହି ଥଣ୍ଡା ପାନୀୟ ଜଳ ମେସିନ ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯାହାଦ୍ୱାରା ବହୁତ ରୋଗୀ ଏହି ଥଣ୍ଡା ପାନୀୟ ଜଳ ପାଇପାରିବେ । କ୍ଲବ ତରଫରୁ ଏହି ସେବା ଯୋଗାଇବାରୁ ଭି.ଏସ୍‌ ରାଓ ଓ ଏମ୍‌.ଏମ ଦାସଙ୍କୁ ଦୀପକ ପୃଷ୍ଟି ପିନ ପିନ୍ଧାଇ ସମ୍ବର୍ଦ୍ଧିତ କରିଥିବା ବେଳେ ଲାୟନ୍ ଲେଡି ଜୁଲି ସାହୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଭାପତି ଶ୍ରୀ ଶର୍ମା ମେସିନ ଯୋଗାଇଥିବାରୁ ଭି.ଏସ୍‌ ରାଓ ଓ ଏସ୍‌ସିଡି ଚକ୍ଷୁ ଚିକିତ୍ସାଳୟକୁ ଏହି ସେବା ଯୋଗାଇ ପାରିବାରୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ କ୍ଲବର ସମ୍ପାଦକ ଆବାସ ଖାଁ, ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ବରିଷ୍ଠ ସଦସ୍ୟ ଦୀପକ ସାହୁ, ରାମ ଗୋପାଳ ଚୌଧୁରୀ, ସତ୍ୟ ନାରାୟନ ଶର୍ମା, ଲିଙ୍ଗରାଜ ସାହୁ, ରାକେଶ ଜୈନ, ଦୀପକ ପୃଷ୍ଟି, ସଞ୍ଜୟ ସୋନି, ଅସୀମ କୁଣ୍ଡୁ, ଆନନ୍ଦ ଜୈନ, ପଙ୍କଜ ନାମଦେବ, ଅଜିତ ପାତ୍ର, କୁମାର ଗୌରବ ରଥଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.