କୋରାପୁଟ : କୋଟପାଡ଼ ଥାନା ଅନ୍ତର୍ଗତ ଗୁଲୁମୀ ଜଳପ୍ରପାତରେ ବୁଡ଼ି ୨ ଯୁବକ ନିଖୋଜ । ନିଖୋଜ ଦୁଇ ଜଣ ପଡୋଶୀ ଛତିଶଗଡ଼ ରାଜ୍ୟର ଜଗଦଲପୁର ଅଞ୍ଚଳର ରୋହନ କଶ୍ୟପ(ବୟସ ୨୧ ବର୍ଷ ) ଓ ଗୌରବ ବାଘେଲ (ବୟସ ୨୦ ବର୍ଷ ) ବୋଲି ଜଣାପଡିଛି । ଘଟଣା ସ୍ଥଳରେ କୋଟପାଡ଼ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ଛତିଶଗଡ଼ର ଜଗଦଲପୁର ଅଞ୍ଚଳରୁ ୧୩ ଜଣ ଯୁବକ କୋଟପାଡ଼ ବ୍ଲକର ଗୁଲମୀ ଜଳପ୍ରପାତକୁ ପିକନିକ କରିବାକୁ ଆସିଥିଲେ । ରୋଷେଇ ସରିବା ପରେ ଗାଧୋଉ ଯାଇଥିଲେ । ଗାଧୋଇବା ସମୟରେ ଗଭୀର ପାଣି ଭିତକୁ ଦୁଇ ଜଣ ଚାଲିଯାଇଥିଲେ । ହଠାତ୍ ଦୁଇ ଜଣ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ତାଙ୍କୁ ଖୋଜାଖୋଜି କରିବା ପରେ ବି ମିଳିନଥିଲେ । ଏନେଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର ପାଇଁ ଅପରେସନ ଆରମ୍ଭ କରିବା ଜଣାପଡିଛି ।