ଏଆର ରେହମାନ ଅସୁସ୍ଥ, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ : ସଙ୍ଗୀତ ଜଗତରୁ ଏକ ବଡ ଖବର ସାମ୍ନାକୁ ଆସିଛି । ମ୍ୟୁଜିକ୍‌ କମ୍ପୋଜର୍‌ ଏଆର୍‌ ରେହମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସକାଳ ସାଢେ ସାତଟାରେ ହସ୍ପିଟାଲରେ ଭର୍ତ୍ତିକରାଯାଇଥିଲା । ରବିବାର ସକାଳେ ସେ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ, ସଙ୍ଗେ ସଙ୍ଗେ ତାଙ୍କୁ ଚେନ୍ନାଇର ଗ୍ରୀମ୍ସ ରୋଡରେ ଅବସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ଯେଉଁଠାରେ ଡାକ୍ତର ରେହମାନଙ୍କର ଋଉଏ ଏବଂ ଇକୋକାର୍ଡିୟୋଗ୍ରାମ୍ ସହିତ ଅନେକ ଟେଷ୍ଟ କରିଛନ୍ତି । ତାଙ୍କୁ ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.