centurian jitm

ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ହିଟ୍ ଓ୍ୱେଭ୍ ସ୍ଥିତି

ଭୁବନେଶ୍ୱର : ଆସନ୍ତା ୪ ଦିନ ଯାଏ ରାଜ୍ୟରେ ରହିବ ହିଟ୍ ୱେଭ ସ୍ଥିତି । ଆଜି (ରବିବାର) ପାଇଁ ଜାରି ହୋଇଛି ସିଭିୟର ହିଟ ୱେଭ୍ ଆଲର୍ଟ । ଝାରସୁଗୁଡା, କଳାହାଣ୍ଡି ଓ ସମ୍ବଲପୁର ପାଇଁ ରେଡ ଆଲର୍ଟ ଜାରି ହୋଇଛି । ଅନୁଗୁଳ, ସୁନ୍ଦରଗଡ, ସୋନପୁର ଓ ବୌଦ୍ଧରେ ଅତ୍ୟଧିକ ଖରା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ବଲାଙ୍ଗିର, ଗଜପତି, କଟକ ଓ ଖୋର୍ଦ୍ଧାରେ ପ୍ରବଳ ଖରା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗରମ ଓ ଗୁଳୁଗୁଳି ନେଇ ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଶନିବାର ୪୨.୫ ଡିଗ୍ରୀ ସହ ବୌଦ୍ଧ ଦେଶର ସବୁଠୁ ଉତ୍ତପ୍ତ ସହର । ୪୨.୨ରେ ସିଝିଥିଲା ସମ୍ବଲପୁର । ୪୦ଡିଗ୍ରୀ ଉପରେ ଥିଲା ୧୩ ସହର । ଝାରସୁଗୁଡ଼ା ୪୧.୮ । ଅନୁଗୋଳ ୪୧.୭ । ବଲାଙ୍ଗିର ୪୧.୫ । ସୋନପୁର ୪୧.୨ । ଟିଟିଲାଗଡ଼ ୪୧ । ସୁନ୍ଦରଗଡ଼ ୪୦.୮ । ଢ଼େଙ୍କାନାଳ ୪୦. ୬ । ରାଉରକେଲା ୪୦.୫ । ହୀରାକୁଦ ୪୦.୨ । ବାରିପଦା ୪୦.୨ । ଭବାନୀପାଟଣା ୪୦.୨ । ଆହୁରି ଦୁଇ ଦିନ ଅସହ୍ୟ ତାତି ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Leave A Reply

Your email address will not be published.