csstore

ସାଲେପାଲି ଶିଶୁ ଯତ୍ନ ଅନୁଷ୍ଠାନରେ “ସ୍ୱଚ୍ଛତା ହିଁ ସେବା” ଆଲୋଚନା ଚକ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଗ୍ରାମ ମଙ୍ଗଳ ପାଠାଗାର ଦ୍ଵାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନରେ “ସ୍ୱଚ୍ଛତା ହିଁ ସେବା” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ଚକ୍ର ସଭାକୁ ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ସମିତିର ପିଓଆଇସି ଆଶିଷ ନାୟକ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପରିଚାଳକ ଡ଼. ଚିତ୍ତରଞ୍ଜନ ମିଶ୍ର, ସମ୍ମାନିତ ଅତିଥି ଭାବେ ସାଲେପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ଅରବିନ୍ଦ କୁମ୍ଭାର ଓ ଗ୍ରାମ ମଙ୍ଗଳ ପାଠାଗାରର ପ୍ରକଳ୍ପ ସଂଯୋଜକ ନନ୍ଦି କିଶୋର ଷାଣ୍ଢ ଯୋଗ ଦେଇ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନଙ୍କୁ ସ୍ୱଚ୍ଛତା ବିଷୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସମସ୍ତ ଶିଶୁ ଅନ୍ତେବାସୀ ପ୍ଲା-କାର୍ଡ ମାଧ୍ୟମରେ ସ୍ଲୋଗାନ ଦେଇ ଗ୍ରାମ୍ୟ ପରିକ୍ରମା କରିଥିଲେ । ସଭା ପ୍ରାରମ୍ଭରେ ସଂଗୀତା ଗୁରୁ ଶିବ ପ୍ରସାଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁ ଯତ୍ନ ଅନୁଷ୍ଠାନର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସୁରେଶ ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.