- ସୁଭଦ୍ରା ଟଙ୍କା ଉଠାଇବାକୁ ଯାଉଥିଲେ ସ୍ୱାମୀ, ସ୍ତ୍ରୀ
ଦେଓଗାଁ, (ମନୀଷ କୁମାର ସାହୁ) : ସମୟ ଦିନ ପ୍ରାୟ ୧୧ ଟା । ଦେଓଗାଁ ଏଟିଏମ୍ ଛକ ଭଳି ଜନବହୁଳ ମାର୍କେଟ ଛକରେ ଏକ ମୋଫେଟ ଗାଡ଼ିକୁ ପଛ ପଟୁ ଧକ୍କା ଦେଇ ଚାଲି ଯାଇଥିଲା ଏକ ଅଜଣା ବୋଲେରୋ । ମୋଫେଟ ବାଇକରେ ଥିବା ମହିଳା ଜଣକ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ସ୍ଵାମୀ ଗୁରୁତର ଆହତ ହୋଇଥିଲେ । ଘଟଣାର ୨ଦିନ ପରେ ସେହି ଦୁର୍ଘଟଣାର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି । ସିସିଟିଭି ଫୁଟେଜରୁ ଗାଡ଼ିର ନମ୍ବର ଜଣା ପଡୁନଥିବା ବେଳେ ଦେଓଗାଁ ଅଞ୍ଚଳର ବିଭିନ୍ନ ଦୋକାନମାନଙ୍କରେ ଲାଗିଥିବା ସିସିଟିଭିକୁ ପୁଲିସ ଛନାଭିନ୍ କଲେ ଗାଡ଼ିର ଖୋଜ ମିଳିଯିବ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି । ପ୍ରକାଶ ଯେ, ଗତ ସୋମବାର ଦିନ ସୁଭଦ୍ରା ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଯାଉଥିଲେ ସ୍ୱାମୀ, ସ୍ତ୍ରୀ । ଘଟିଥିବା ଏକ ଦୁର୍ଘଟଣାରେ ମହିଳାଙ୍କ ମୃତ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଥିଲେ । ୨୬ନଂ ଜାତୀୟ ରାଜପଥର ଦେଓଗାଁ ଏଟିଏମ୍ ଛକରେ ଘଟିଥିଲା ଏହି ଦୁର୍ଘଟଣା । ପରେ ସ୍ଥାନୀୟ ଲୋକେ ମହିଳାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ମହିଳା ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।