ଭୁବନେଶ୍ଵର : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଖଣ୍ଡୁରୁ ଗ୍ରାମ ନିକଟରେ ଏକ ଘଟଣା ଘଟିଛି । ଚାଷ ଜମିକୁ ଯାଇଥିବା ବେଳେ ବାରହା ଆକ୍ରମଣରେ ଦୁଇ ମହିଳା ଆହତ ହୋଇଛନ୍ତି । ଆହତ ମହିଳା ମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ବୁଧବାର ସକାଳେ ଚଢିଆପଡା ଗ୍ରାମର ବନିତା ସାହୁ ଏବଂ ଖଣ୍ଡୁରୁ ଗ୍ରାମର ସାବିତ୍ରୀ ସାହୁ ପରିବା ଆଣିବା ପାଇଁ ଚାଷ ଜମିକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଏକ ବାରହା ଆକ୍ରମଣ କରିଥିଲା । ଦୁହେଁ ପାଟି କରିବାରୁ ସ୍ଥାନୀୟ ଲୋକେ ଆସି ତାଙ୍କୁ ବଞ୍ଚାଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ପୋଲସରା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସାବିତ୍ରୀଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ବନ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନାହିଁ ।
Prev Post