ଡାହିମାଲ କ୍ଲଷ୍ଟର ତରଫରୁ ଗୁଡଭେଲା ବିଇଓଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ତୁଷୁରା, (କେପିଏନ୍‌ଏସ୍‌) : ସରକାରୀ ପ୍ରାଥମିକ ବିଦ୍ୟାଳୟ ଜାମମୁଣ୍ଡା ଠାରେ ଡାହିମାଲ କ୍ଲଷ୍ଟର ସ୍ତରୀୟ ସ୍ଵାଗତ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶି ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଗୁଡଭେଲା ବ୍ଲକର ନବାଗତା ବିଇଓ ନମିତା ରାଣୀ ଭୋଇଙ୍କୁ ଡାହିମାଲ କ୍ଲଷ୍ଟର ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଗୁଡଭେଲା ବ୍ଲକ ଅଧ୍ୟକ୍ଷା ବେବି ଦୋରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ, ସୁରେନ୍ଦ୍ର ସୁନା, ବିପିନ ବାଗ ଯୋଗ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ଦେଉଳଗୁଡି ୟୁପି ସ୍କୁଲର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପୂର୍ବତନ ବିଦ୍ୟାଳୟ ଏସ.ଆଇ ଭକ୍ତରଞ୍ଜନ ଭୋଇ ଯୋଗଦେଇଥିଲେ । ସ୍ଥାନୀୟ ସିଆରସିସି ପ୍ରହଲ୍ଲାଦ ଦଣ୍ଡସେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ ମନୋରଂଜନ ଭୋଇ ସଭା ସଞ୍ଚାଳନ କରିଥିଲେ । ପ୍ରଧାନ ଶିକ୍ଷକ ପିତବାସ ମହାଲିଙ୍ଗ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସହକାରୀ ଶିକ୍ଷକ ହେମସାଗର ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶୁଭ ଅବସରରେ ସମସ୍ତ ଅତିଥି ଅଭ୍ୟାଗତ ମାନଙ୍କୁ, ପୁଷ୍ପଗୁଚ୍ଛ, ଉପଢୌକନ, ମୋମେଣ୍ଟୋ ତଥା ମାନପତ୍ର ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଶିକ୍ଷକ ପ୍ରଶାନ୍ତ କୁମାର ସୁନା, ଦେବରାଜ ମାଝୀ, ଚମରୁ ଥପା, ରିଙ୍କୁ ସାହୁ, ପ୍ରଶାନ୍ତ ବିଶ୍ଵାଳ, ଦେବାନନ୍ଦ ପ୍ରଧାନ, ପୁରୁଷୋତ୍ତମ ଭୋଇ ଅଶୋକ ଝଙ୍କାର, ଉମା ଝାଙ୍କର, ଦିନେଶ ସାହୁ, ଉପେନ୍ଦ୍ର ବାରିକ, ଅହଲ୍ୟଣି ସାହୁ, ଜିବାନନ୍ଦ ବୁଦ୍ଧିଆ, କଳାକୃଷ୍ଣ କୁମୁରା, ରାଜ କିଶୋର ଝାଙ୍କର, ଜଗବନ୍ଧୁ ଭୋଇ, ସତ୍ୟବ୍ରତ ସାହୁ ପ୍ରଣୟିନୀ ସୁନା ଓ ସ୍ଥାନୀୟ ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ସଦସ୍ୟା ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମଟିକୁ ସଫଳ ରୂପାୟନ କରିଥିଲେ ।

Leave A Reply

Your email address will not be published.