ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋତ୍ସାହନ ରାଶି ବୃଦ୍ଧି ଦାବିରେ ଧାରଣା

ବିନିକା : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଗାଁ ସାଥୀ । ଗାଁ ସାଥୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋତ୍ସାହନ ରାଶି ବୃଦ୍ଧି ଆଦି ଦାବି ନେଇ ଧାରଣାରେ ବସିଛନ୍ତି । ମୋହନ ସରକାର ବିରୋଧୀ ଦଳରେ ଥିବାବେଳେ ସରକାରକୁ ଆସିଲେ ଗାଁ ସାଥୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ସରକାରକୁ ଆସିବା ପରେ ନିଜ ପ୍ରତିଶ୍ରୁତି ଭୁଲି ଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଏହି ଗାଁ ସାଥୀ ମାନେ । ଏମାନଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.