ସମ୍ବଲପୁରୀ ଚଳଚ୍ଚିତ୍ର ‘ଜାଇଫୁଲ’ର ଶୁଭ ମୁହୁରତ

ସମ୍ବଲପୁର : ସମ୍ବଲପୁରୀ ଚଳଚ୍ଚିତ୍ର ‘ଜାଇଫୁଲ’ର ଶୁଭ ମୁହୁରତ ଅନୁଷ୍ଠିତ ହୋଇଯାଇଛି । ତେବେ ଆଜିଠାରୁ ଏହାର ସୁଟିଂ କାମ ଆରମ୍ଭ ହେବ ବୋଲି କୁହାଯାଇଛି । ଏସ୍‌ଆର୍‌ଜେ ପ୍ରଡକ୍ସନ୍‌ ଦ୍ୱାରା ପ୍ରସ୍ତୁତ ଏହି ଚଳଚ୍ଚିତ୍ର ବେଶ୍‌ ଲୋକାଦୃତ ହୋଇପାରିବ ବୋଲି ବିଶ୍ୱାସ କରାଯାଉଛି । ଏହାକୁ ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ଦାୟିତ୍ୱ ମଧ୍ୟ ଗ୍ରହଣ କରିଛନ୍ତି ବିରୁପାକ୍ଷ ପ୍ରଧାନ ଏବଂ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ରତନ ପୂଜାରୀ । ତେବେ ‘ଜାଇଫୁଲ’ ସମସ୍ତ ଦିଗରୁ ଏକ ସଫଳ ଚଳଚ୍ଚିତ୍ର ହୋଇ ପାରିବ ବୋଲି ମୁହୁରତରେ ଉପସ୍ଥିତ ଅତିଥି ବୃନ୍ଦ ତଥା କଳାକାରମାନେ ମତ ଦେଇଛନ୍ତି ।

Leave A Reply

Your email address will not be published.