ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଅବସରରେ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲା ଶାଖା ଓ ଓଡ଼ିଆ ବିଭାଗ, ରାଉରକେଲା କଲେଜର ମିଳିତ ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ସ୍ଥାନୀୟ ସେକ୍ଟର -୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ପରିଷଦର ରାଉରକେଲା ଶାଖା ସଭାପତି ତଥା କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ପୌରୋହିତ୍ୟ ଓ ଓଡ଼ିଆ ବିଭାଗର ମୁଖ୍ୟ ପ୍ରାଧ୍ୟାପିକା ରଶ୍ମିପ୍ରଭା ମଥାନଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରା, ସମ୍ମାନିତ ଅତିଥି ଭାବେ ସାହିତ୍ୟ ପରିଷଦର ରାଉରକେଲା ଶାଖା ସଂଗଠନ ସମ୍ପାଦକ ତଥା ବିଶିଷ୍ଟ ସାମ୍ବାଦିକ, କବି କୁଞ୍ଜବିହାରୀ ରାଉତଙ୍କ ସମେତ ଓଡ଼ିଆ ବିଭାଗ ମୁଖ୍ୟ ରଶ୍ମିପ୍ରଭା ମଥାନ, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ଅଧ୍ୟାପିକା ପ୍ରିୟଙ୍କା ପଲାଇ ‘ବିକଶିତ ଓଡ଼ିଶା ନିର୍ମାଣରେ ଶାସ୍ତ୍ରୀୟ ଓଡ଼ିଆ ଭାଷାର ଭୂମିକା’ ଶୀର୍ଷକରେ ବକ୍ତବ୍ୟ ରଖି କହିଲେ ଯେ ଓଡ଼ିଆ ଭାଷା- ଷଷ୍ଠତମ ଶାସ୍ତ୍ରୀୟ ଭାଷା । ଏହି ଶାସ୍ତ୍ରୀୟ ଭାଷା ହେଉଛି ଆମର ଅସ୍ମିତା, ଆମର ପରିଚୟ, ଯାହା ଓଡ଼ିଆ ବ୍ୟକ୍ତିକୁ, ଓଡ଼ିଆ ଜାତିକୁ ନୂଆ ପରିଚୟ ଦେଇଛି । ଅଶୋକଙ୍କ ଧଉଳି ଶିଳାଲେଖରୁ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ, କପିଳେନ୍ଦ୍ର ଦେବଙ୍କ ଜୟବିଜୟ ଶିଳାଲେଖ, ଚର୍ଯ୍ୟାଗୀତିକାରୁ ସାରଳାଙ୍କ ମହାଭାରତ, ପଞ୍ଚସଖା କୃତିରୁ ରୀତି କାବ୍ୟ-କୋଣାର୍କ; ଗୌରୀ ଶଙ୍କରଙ୍କ ଉତ୍କଳ ଦୀପିକାରୁ ଫକୀରମୋହନ- ରାଧାନାଥ-ଗଙ୍ଗାଧରଙ୍କ ଉଚ୍ଚାଙ୍ଗ ସୃଷ୍ଟି; ମଧୁସୂଦନଙ୍କ ଠାରୁ ସତ୍ୟବାଦୀ ସାଧକ- ମହତାବ-ନବକୃଷ୍ଣ-ବିଜୁ ପଟ୍ଟନାୟକ- ନବୀନ ପଟ୍ଟନାୟକଙ୍କ ସମର୍ଥ ନେତୃତ୍ୱ, କୋଠାରୀ ଆୟୋଗ-୧୯୬୪ରୁ ନୂତନ ଶିକ୍ଷା ନୀତି -୨୦୨୦; ଭାଷା ସୁରକ୍ଷା ଆନ୍ଦୋଳନରୁ ଉତ୍କଳ ସମ୍ମିଳନୀ-ଓଡ଼ିଆ ଭାଷା ସଂଗ୍ରାମ ସମିତିର ସଂଘର୍ଷ; ୧୯୩୬ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରୁ ଓଡ଼ିଶା ଆଫିସିକ ଭାଷା ଅଧିନିୟମ -୧୯୫୪, ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-ଓଡ଼ିଆ ଭାଷାର ଶାସ୍ତ୍ରୀୟତାକୁ ସଶକ୍ତ ଓ ସମୃଦ୍ଧ କରିଛି ଏବଂ ଏହି ଶାସ୍ତ୍ରୀୟ ଭାଷା : ଶାସ୍ତ୍ରର ଭାଷା, ଶାସନର ଭାଷା, ପତ୍ରର ଭାଷା, ପ୍ରଶାସନର ଭାଷା, ପରିବାରର ଭାଷା, ପ୍ରଯୁକ୍ତି ଓ ନିଯୁକ୍ତିର ଭାଷା ହେଲେ ବିକଶିତ ଓଡ଼ିଶା ନିର୍ମାଣରେ ସହାୟକ ହେବ ବୋଲି ମତପୋଷଣ କରିଥିଲେ । ଓଡ଼ିଆ ବିଭାଗର ତୃତୀୟ ବର୍ଷ ଛାତ୍ରୀ ଅପର୍ଣ୍ଣା ପାହାରୀ କାର୍ଯ୍ୟକ୍ରମରେ ମଞ୍ଚ ସଂଯୋଜନା କରିଥିଲାବେଳେ ତୃତୀୟ ବର୍ଷ ଛାତ୍ର ସୌମ୍ୟରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଲିପ୍ସା ବଳିୟାରସିଂହ, ହିମାଂଶୁ ନାୟକ, ଅଭିଷେକ ପରିଡ଼ା, ଜ୍ୟୋସ୍ନା ଏକ୍କା, ବିକି ନାଗ, ଅନୁଶ୍ରୀ ରାଉତ, ଲକ୍ଷ୍ମୀପ୍ରିୟା ସାହୁ, ସୁଶ୍ରୀ ରେଖା ବେହେରା, ଅରୁଣ ଟେଟେ, ପ୍ରକାଶ ଓଝା, ଗୋପାଳକୃଷ୍ଣ ଦାଶ, ଆକାଶ ହରପାଲ, ରୋହିତ ଗୌଡ଼, ରୋହିତ ଓରାମ, ପ୍ରୀତି କୁମାର, ଶ୍ରୁତି କୁମାର, ଶିବାନୀ କେର୍କେଟା, ବିନୋଦିନୀ ମୁଣ୍ଡା ପ୍ରମୁଖ ଓଡ଼ିଆ ବିଭାଗର ଛାତ୍ର-ଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.