ସାମ୍ବାଦିକ ଗଜେନ୍ଦ୍ର ନିଆଲ‌ଙ୍କ ଦେହା‌ନ୍ତ

ନୂଆପଡା : ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘର ପୁର୍ବତନ ସଭାପତି ଗଜେନ୍ଦ୍ର ନିଆଲଙ୍କ ଦେହା‌ନ୍ତ ହୋଇଯାଇଥିବା ସୂଚନା ମିଳିଛି । ସେ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ରାୟପୁର ହସପିଟାଲରେ କେମୋ ଚିକିତ୍ସା ହୋଇ ଆସୁଥିଲେ । ତାଙ୍କ ନୂଆପଡା ସ୍ଥିତ ବାସ ଭବନରେ ଅସୁସ୍ଥତା ଅନୁଭବ କରିବାରୁ ରାୟପୁର ନେବା ସମୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିବା କୁହାଯାଇଛି । ତେବେ ତାଙ୍କ ବିୟୋଗରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଅମର ଆତ୍ମାର ସତଗତି ନିମନ୍ତେ ପ୍ରାର୍ଥନା କରିଛ‌ନ୍ତି ସାମ୍ବାଦିକମାନେ ।

Leave A Reply

Your email address will not be published.