ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ନନ୍ଦିନୀ ମହିଳା ସଂଘତି ସଦସ୍ୟାଙ୍କ ପ୍ରତ୍ୟକ୍ଷ ସହଯୋଗିତାରେ ବ୍ୟାସଭବନ ପରିସରରେ “ସୁବର୍ଣ୍ଣରେଖା” ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅତିଥି ମାନଙ୍କ ଉପସ୍ଥିତିରେ ମହିଳା ମଣ୍ଡଳୀଙ୍କ ସହଯୋଗରେ ଦୀପ ପ୍ରଜ୍ୱଳନ ଓ ଫକୀରମୋହନ ସେନାପତିଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଗୁରୁ ଗୌରାଙ୍ଗ ମଲ୍ଲିକ, ସସ୍ମିତା ମଣ୍ଡଳଙ୍କ ରଚିତ ଏକ କବିତାକୁ ଆବାହ ସଙ୍ଗୀତରେ ରୂପ ଦେଇଥିଲେ । ସୁଶ୍ରୀ ସୁପ୍ରଭା ସାହୁ ଅତିଥି ମାନଙ୍କୁ ମଞ୍ଚାସୀନ କରାଇବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଭାପତି ମନୋରଞ୍ଜନ ଦାସ ଅନୁଷ୍ଠାନର ପ୍ରତିଷ୍ଠା, ଜମି ଅଧିଗ୍ରହଣ, ସଭ୍ୟ ସଂଗ୍ରହ ଅଭିଯାନ ବିଷୟରେ ଏବଂ ନନ୍ଦିନୀ ମହିଳା ସଂଘତିର ନିଜ ସଂରଚନା ବିଷୟରେ ବକ୍ତବ୍ୟରେ କହିଥିଲେ । ନାରୀଶକ୍ତିକୁ ପାଥେୟ କରି ଅନୁଷ୍ଠାନ ତରଫରୁ ବିଭିନ୍ନ ଜନହିତକର କାର୍ଯ୍ୟ ଉପରେ ଏକ ସୂଚନା ଦେଇଥିଲେ । ମହିଳା ସମ୍ପାଦିକା କନକଲତା ଜେନା ନିଜର ବକ୍ତବ୍ୟ ରଖି ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ହେଉଥିବା ବିଭିନ୍ନ ଜନହିତକର କାର୍ଯ୍ୟ ଓ ସୁସ୍ଥ ସହାବସ୍ଥାନ ପାଇଁ ନନ୍ଦିନୀ ଭଉଣୀମାନଙ୍କ ପରାମର୍ଶ, ସହଯୋଗିତା ଉପରେ କହିଥିଲେ । ମୁଖ୍ୟ ଅତିଥି ପ୍ରାକ୍ତନ ପ୍ରାଧ୍ୟାପିକା ଡ଼ଃ ମୀନତି ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମର୍ଥକୁ ଚିହ୍ନି ମହିଳାମାନଙ୍କୁ ସାମ୍ନାକୁ ଆଣି ସମାଜର ମୌଳିକ ପରିବର୍ତ୍ତନ ଆଣିବା ଦରକାର ବୋଲି ମତ ରଖିଥିଲେ । ମୁଖ୍ୟବକ୍ତା ଭାବେ ଉଦିତ ନଗର ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଗାୟତ୍ରୀ ସେଠି ଯୋଗଦେଇ ସୁସ୍ଥ, ଶିକ୍ଷିତ ଏବଂ ସୁସ୍ଥ ମାନସିକତାର ନାରୀ ସମାଜର ପ୍ରଗତିର ସାରଥୀ ବୋଲି ମତ ରଖିଥିଲେ । ଏହି ଅବସରରେ ଦୁଇ ଶିକ୍ଷାବିତ୍ ତଥା ଅନନ୍ୟ ପ୍ରତିଭା କ୍ରୀଡା କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ପ୍ରତିଭା ଏକ୍କା ଏବଂ ଆକାଂକ୍ଷା ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମନସ୍ୱିନୀ ଜେନାଙ୍କ ମଞ୍ଚ ସଂଯୋଜନା, ଦେବଯାନୀ ଘୋଷ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ଆଇନଜୀବୀ ଗୀତାଞ୍ଜଳି ପଣ୍ଡା ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ବେହେରା ସଭାର ଆୟୋଜନ ସହ ସମ୍ବର୍ଦ୍ଧନା ପତ୍ର ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମହେନ୍ଦ୍ର କୁମାର ମହାଳିକ ରଚିତ, ବିଜୟ ପ୍ରଧାନଙ୍କ ନିର୍ଦ୍ଦେଶିତ ନାଟକ” ଶାରିଆ” ଅନୁଷ୍ଠାନର ମହିଳା କଳାକାର ମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା । ଏଥିରେ ପୂଜା ଗିରି, ସାଗରିକା ଜେନା, ଦମୟନ୍ତୀ ବେହେରା, ବନଜା ଦାସ, କନକଲତା ଜେନା, ତପୋଇ ମାଝୀ, ସଙ୍ଗୀତା ବେଜ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଛବିରାଣୀ ପ୍ରଧାନ, କମଳାକାନ୍ତ ପ୍ରଧାନ, ରାଧାକୃଷ୍ଣ ଦଳପତି, ସୁବ୍ରତ କୁମାର ଜେନା, ଶ୍ରୀକାନ୍ତ ଦାସ, ଆନନ୍ଦ ଗିରି, ରାଜୀବ ପାତ୍ର, କମଳ ଲୋଚନ ଗାରୁ, ବିପିନ୍ କାମିଳା, ବିକାଶ ସାହାଣୀ, ପ୍ରଫୁଲ୍ଲ ସାହୁ, ଅରକ୍ଷିତ ଆଦକ, ଭାଗ୍ୟଲକ୍ଷ୍ମୀ ପାତ୍ର, ଶକୁନ୍ତଳା ଆଦକ, ପରମେଶ୍ୱର ମହାରଣା, ପର୍ଶୁରାମ ମଲ୍ଲିକ, ବାଲୁକିଶୋର ପାତ୍ର, ଭକ୍ତି ମହାଳିକ, ତପନ ଜେନା, ରଜନୀ ଘୋଷ, ଗଗନ ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା ସହଯୋଗ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.