ବାଇକ ସହ ସ୍କୁଟି ଧକ୍କା ଜଣେ ମୃତ, ଜଣେ ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ଥାନା ବଡକୁଟ୍ରୁ ଫାଣ୍ଡି ଅନ୍ତର୍ଗତ ମୀନଗୁର ସାନକୁଟ୍ରୁ ରାସ୍ତାର ଏକ ବୁଲାଣିରେ ବାଇକ ଏବଂ ସ୍କୁଟି ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାଫଳରେ ଜଣକର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରତର ହୋଇଛନ୍ତି । ସୂଚନା ଅନୁଯାୟୀ, କଲମପୁର ବ୍ଲକ ଅନ୍ତର୍ଗତ ମିନଗୁର ଡେର୍ଲାପଡ଼ା ଗ୍ରାମର ବଂଶୀ ଶବର ବଡ଼ କୁଟ୍ରୁ ପଟୁ ବାଇକରେ ମୀନଗୁର ପଟେ ଆସୁଥିବାବେଳେ ମଣ୍ଡଳ ପଞ୍ଚାୟତ ଅନ୍ତର୍ଗତ ଭାଟିଗାଁର ଭବିନ ପ୍ରଧାନୀ ବିପରୀତ ଦିଗରୁ ଏକ ସ୍କୁଟିରେ ଆସୁଥିଲେ ସେହି ସମୟରେ ସାନ କୁଟ୍ରୁ ନିକଟସ୍ଥ ଏକ ବୁଲାଣିରେ ଦୁହିଁଙ୍କ ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଏ ସମ୍ପର୍କରେ ତୁରନ୍ତ ଖବର ପାଇବା ପରେ ବଡକୁଟ୍ରୁ ଫାଣ୍ଡି ଅଧିକାରୀ ଶିବଶଙ୍କର ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ଆହତ ଦୁହିଁଙ୍କୁ ଆମ୍ବୁଲାନ୍ସ ଯୋଗେ କଲମପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ । ଡାକ୍ତର ବଂଶୀକୁ ମୃତ ଘୋଷଣା କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଭବିନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ବଡକୁଟ୍ରୁ ଫାଣ୍ଡି ଅଧିକାରୀ ଶିବଶଙ୍କର ମହାନ୍ତି ଘଟଣାସ୍ଥଳରୁ ଦୁଇ ବାଇକକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.