ବରଗଡ଼, (ନିରୋଜ କୁମାର ପାଣୀ) : ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ । ଏଥିପାଇଁ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ପରିଚିତ ପୁରୋହିତ ଜେନେରାଲ ହସପିଟାଲ ପକ୍ଷରୁ ମଧ୍ୟ ମହିଳା ଦିବସ ମହା ସମାରୋହରେ ପାଳନ କରାଯାଇଛି । ବିଭିନ୍ନ ପର୍ବପର୍ବାଣୀକୁ ନିଆରା ଢଙ୍ଗରେ ପାଳନ କରୁଥିବା ପୁରୋହିତ ଜେନେରାଲ ହସପିଟାଲର ଏମ୍.ଡି ମମତା ପୁରୋହିତ ହସପିଟାଲର ସମସ୍ତ ମହିଳା କର୍ମଚାରୀ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିଥିଲେ । କର୍ମଚାରୀମାନଙ୍କୁ ଉପହାର ଦେବା ସହିତ ସମାଜରେ ମହିଳା ମାନଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ । ପରିଶେଷରେ ସମସ୍ତଙ୍କୁ ଉପହାର ଦେଇ ରଙ୍ଗାରଙ୍ଗ ବେଲୁନ ଉପରକୁ ଛାଡିଥିଲେ ।