centurian jitm

ବୈଦୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳଣା ଓ ଗପଶୁଣିବା କହିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବୈଦୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଆମ ସଂସ୍କୃତି ଆମ ଖେଳଣା ଓ ଗପଶୁଣିବା କହିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ଦିବ୍ୟକିଶୋର ଯୋଶୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏବିଇଓ ତଥା ବିଆର୍‌ସିସି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଗୋଷ୍ଠୀ ସହଶିକ୍ଷା ଅଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଆମ ସଂସ୍କୃତିରେ ଖେଳଣାର ମହତ୍ତ୍ୱ ଓ ଶୈକ୍ଷିକ କାର୍ଯ୍ୟରେ ତାହାର ବ୍ୟବହାର ବିଷୟରେ ମତବ୍ୟକ୍ତ କରିବା ସହ ଚିତ୍ରାଙ୍କନ ମାଧ୍ୟମରେ ବିଭିନ୍ନ ଶୈକ୍ଷିକ ଖେଳଣା ତିଆରି କରି ଏହାର ବ୍ୟବହାର ବିଷୟରେ ଶିକ୍ଷା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ସହଶିକ୍ଷାଧିକାରୀ ଜଗତ ମଲ୍ଲିକ, ନାଏବ ସରପଞ୍ଚ ଶ୍ରୀମତୀ ତାଣ୍ଡି, ବିଦ୍ୟାଳୟ ପରିଚାଳନା କମିଟି ଚେୟାରପର୍ସନ ସୁମନ୍ତ ବାରିକ, ଚେରୁପାଲି ସିଆର୍‌ସିସି ଦିଲ୍ଲୀପ ପଧାନ, ସର୍ଗୁଲ ସିଆର୍‌ସିସି ନୀଳକଣ୍ଠ ନାଏକ ଉପସ୍ଥିତ ଥିଲେ । ମୃତ୍ତିକା ଶିଳ୍ପୀ ତଥା ଶିକ୍ଷକ ଲିଙ୍ଗରାଜ ରଣା ମୃତ୍ତିକାରୁ ବିଭିନ୍ନ ଶୈକ୍ଷିକ ଖେଳଣା ତିଆରି କରିବା ସହ ତାହାର ବ୍ୟବହାର ବିଷୟରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷକ କୁମୁଦଚନ୍ଦ୍ର ରଣା କାଗଜକାମ ମାଧ୍ୟମରେ ବିଭିନ୍ନ ଶୈକ୍ଷିକ ଖେଳଣା ତିଆରି କରି ଏହାର ପ୍ରଣାଳୀ ଶିଖାଇଥିଲେ । ଶିକ୍ଷୟିତ୍ରୀ ଭବାନୀ ମେହେର ବିଭିନ୍ନ ସୁତା ଓ କପଡା ବ୍ୟବହାର କରି ଖେଳଣା ତିଆରିର ଉପାୟ ବିଷୟରେ ଶିକ୍ଷା ଦେଇଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନେ ସୁନ୍ଦର ଗପ ଶୁଣିଥିଲେ ଓ ଗପ କହିଥିଲେ । ଗପ ସମ୍ପର୍କିତ ଚିତ୍ରାଙ୍କନ ଓ ଗଳ୍ପଲିଖନ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ, ତୃତୀୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସମାଜସେବୀ ବିରଞ୍ଚି ଦିଶ୍ରୀ, ମଣ୍ଟୁ ଦିଶ୍ରୀ, ବୈଭବ ଦିଶ୍ରୀ, ସୌଭାଗ୍ୟ ବିଶି, ଚଞ୍ଚଲା ବାରିକ, କାନ୍ତି ଦିଶ୍ରୀ, ଶିକ୍ଷୟିତ୍ରୀ ରବିବାରୀ ବେହେରା, ଉପମା ଗୋଏଲ, ଗୀତାଞ୍ଜଳି କୁମ୍ଭାର ସହଯୋଗ କରିଥିଲେ । ପୂର୍ବ ସିଆର୍‌ସିସି ଥବିର ଦୋରା ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ମୀନକେତନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.