ରାମକୋ ସିମେଣ୍ଟ କାରଖାନାରେ ନାବାଳକର ମୃତ୍ୟୁ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧୀନ ହରିଦାସପୁର ଠାରେ ଥିବା ରାମକୋ ସିମେଣ୍ଟ କାରଖାନାରେ ନାବାଳକର ଦୁର୍ଘଟଣାରେ ମୃତ୍ୟୁ ଅଭିଯୋଗ । ସୂଚନା ଯୋଗ୍ୟ ଯେ, ଜେନାପୁର ଥାନା ଅଧୀନ ଶ୍ୟାସୁନ୍ଦରପୁର ଗ୍ରାମର ଗୋପୀନାଥ ଦାସଙ୍କ ଏକ ଟ୍ରକ ରାମକୋ ସିମେଣ୍ଟ କାରଖାନାରେ ନିୟୋଜିତ ହୋଇଛି । ଶୁକ୍ରବାର ଏହି ଟ୍ରକ୍‌କୁ ଦେଖିବାକୁ ଯାଇ ଗୋପୀନାଥଙ୍କ ନାବାଳକ ପୁଅ ଆଉ ଫେରିନଥିଲେ । ସେପଟେ ପରିବାରଲୋକେ ଅଭିଯୋଗ କରିଛନ୍ତି ସିମେଣ୍ଟ କାରଖାନାରେ ନାବାଳକର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ହେଲେ କମ୍ପାନି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବା ସତ୍ୱବି କମ୍ପାନୀ କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟ ସୂଚନା ଦେଉନାହାଁନ୍ତି । ଆଉ କମ୍ପାନି କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟପ୍ରତିବାଦରେ ଯାହାକୁ ନେଇ ପରିବାର ଲୋକେ କମ୍ପାନି ସମ୍ମୁଖରେ ପ୍ରତିବାଦ କରିବା ସହ ନ୍ୟାୟ ପାଇଁ ଦାବି କରିଛନ୍ତି । ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ତଦନ୍ତ ଚଳାଇଛି ।

Leave A Reply

Your email address will not be published.