csstore

ଅସହାୟଙ୍କୁ ନୃସିଂହନାଥ ଦର୍ଶନ କରାଇଲେ ସମାଜସେବୀ ସୁବ୍ରତ ବିର୍ତ୍ତିଆ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରୟାଗରାଜରେ ହେଉଥିବା ମହାକୁମ୍ଭ ମେଳା ସମାପନ ହୋଇଛି । ବିଶ୍ୱାସ ଅଛି ତ୍ରିବେଣୀ ସଂଗମରେ ବୁଡ ପକେଇଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ ଏହା ସହିତ ବୁଡ଼ ପକାଇ ଫେରିବା ପରେ ଅନେକ ଲୋକ ନିଜ ନିଜ ଘରେ ଭୋଜନ ବ୍ୟବସ୍ଥା କରିଥାନ୍ତି ଆତ୍ମିୟ ମାନଙ୍କୁ ନିମନ୍ତ୍ରଣ କରିଥାନ୍ତି । ଏହି ସବୁ ଭିତରେ ସମାଜରୁ ଅବହେଳିତ ନିଷ୍ପେସିତ ହୋଇ ରାତ୍ର ଆଶ୍ରୟସ୍ଥଳୀରେ ରହୁଥିବା ଅନ୍ତେବାସୀ ମାନଙ୍କୁ ଗୋଟିଏ ସ୍ୱତନ୍ତ୍ର ବସ ଯୋଗେ ପଶ୍ଚିମ ଓଡିଶା ତଥା ଛତିଶଗଡ଼ ଅଞ୍ଚଳର ଗଙ୍ଗା ଭାବେ ପରିଚିତ ନୃସିଂହନାଥ ପୀଠକୁ ଦର୍ଶନ କରାଇବା ପାଇଁ ନେଇଥିଲେ ଜଣାଶୁଣା ସମାଜସେବୀ ତଥା ବଦାନ୍ୟ ବନ୍ଧୁ ଭାବରେ ପରିଚିତ ସୁବ୍ରତ କୁମାର ବିର୍ତ୍ତିଆ । ଅନ୍ତେବାସୀ ମାନେ ପବିତ୍ର ଝରଣାରେ ବୁଡ଼ ପକାଇବା ପରେ ମହାପ୍ରଭୁ ନୃସିଂହ ନାଥଙ୍କ ଦର୍ଶନ କରିଥିଲେ । ଏହାପରେ ସମସ୍ତଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରିଥିଲେ ବଦାନ୍ୟ ବନ୍ଧୁ । ଏହି ଅବସରରେ ଅନ୍ତେବାସୀ ମାନଙ୍କ ସହିତ ପରିଚାଲକ ଅଭିନାଶ ଦାଶ, ଅଜିତ ଦଳ ବେହେରା, ପ୍ରଦୀପ ମହାରଣା ସ୍ୱପ୍ନା ମେହେର ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ ପର୍ବପର୍ବାଣୀ ଅସହାୟ ମାନଙ୍କ ସହିତ ପାଳନ କରୁଥିବା ସମାଜସେବୀ ସୁବ୍ରତ କୁମାର ବିର୍ତ୍ତିଆଙ୍କୁ ଏହି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

jayashree
Leave A Reply

Your email address will not be published.