- ଦେବଭୂମି ଉତ୍ତରାଖଣ୍ଡକୁ ଆଉଥରେ ଆସିବା ମୋର ପରମ ସୌଭାଗ୍ୟ : ପ୍ରଧାନମନ୍ତ୍ରୀ
- ଚଳିତ ଶତାବ୍ଦୀ ଉତ୍ତରାଖଣ୍ଡର ଶତାବ୍ଦୀ ଭାବେ ପରିଚିତ : ପ୍ରଧାନମନ୍ତ୍ରୀ
- ପର୍ଯ୍ୟଟନ କ୍ଷେତ୍ରର ବିକାଶ ଉତ୍ତରାଖଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣ
- ସବୁ ଋତୁରେ ଉତ୍ତରାଖଣ୍ଡରେ ପର୍ଯ୍ୟଟନ ହେବା ଜରୁରୀ
- ଉତ୍ତରାଖଣ୍ଡକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟରେ ଆମ ସରକାର ମିଳିତ ଭାବେ କାମ କରୁଛନ୍ତି
ନୂଆଦିଲ୍ଲୀ, (ପିଆଇବି) : ଉତ୍ତରାଖଣ୍ଡର ହର୍ଷିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରମସାଧ୍ୟ ଯାତ୍ରା ଓ ବାଇକ ରାଲି ଉଦ୍ଘାଟନ କରିବା ପରେ ଶୀତ ପର୍ଯ୍ୟଟନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ମୁଖବାରେ ମା’ ଗଙ୍ଗାଙ୍କ ସେ ପୂଜା ଓ ଦର୍ଶନ କରିଥିଲେ । ସମବେତ ଜନତାକୁ ଉଦବୋଧନ ଦେଇ ମାନା ଗାଁରେ ହୋଇଥିବା ଦୁଃଖଦ ଘଟଣା ପ୍ରତି ସେ ସମବେଦନା ଜଣାଇଥିଲେ ଓ ମୃତକଙ୍କ ପରିବାରକୁ ସାନ୍ତ୍ୱନା ଜଣାଇଥିଲେ । ଏପରି ସଂକଟ ସମୟରେ ସାରା ଦେଶ ସେମାନଙ୍କ ସହ ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେବଭୂମି ଭାବେ ପରିଚିତ ଉତ୍ତରାଖଣ୍ଡ ଧାର୍ମିକ ଊର୍ଜାରେ ଭରପୂର ଓ ଚାରିଧାମ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଛି । ଜୀବନ ପ୍ରଦାୟନକାରୀ ମା’ ଗଙ୍ଗାଙ୍କ ଶୀତୁଆ ସ୍ଥଳ ଭାବରେ ଏହି ଦେବଭୂମିର ତାତ୍ପର୍ଯ୍ୟ ରହିଛି । ଏହି ସ୍ଥାନକୁ ପୁଣିଥରେ ଆସି ଏଠାକାର ବାସିନ୍ଦାଙ୍କୁ ସାକ୍ଷାତ କରିଥିବାରୁ ସେ କୃତଜ୍ଞତା ଜ୍ଞାପନ କରିଥିଲେ । ମା’ ଗଙ୍ଗାଙ୍କ ଆଶୀର୍ବାଦରୁ ଶତାବ୍ଦୀ ଧରି ଉତ୍ତରାଖଣ୍ଡ ବାସିନ୍ଦାଙ୍କ ସେ ସେବା କରିଆସୁଥିବା କହିଥିଲେ । ମା’ ଗଙ୍ଗାଙ୍କ ଆଶୀର୍ବାଦରୁ ସେ କାଶୀ ଆସିଛନ୍ତି ଓ ସେଠାରୁ ସେ ସଂସଦକୁ ପ୍ରତିନିଧିତ୍ୱ କରୁଥିବା କହିଥିଲେ । ମା’ ଗଙ୍ଗାଙ୍କର ତାଙ୍କ ପ୍ରତି ରହିଥିବା ଭଲ ପାଇବା ପାଇଁ ସେ ମୁଖବା ଗାଁକୁ ଆସିପାରିଛନ୍ତି ଓ ମୁଖିମଠରେ ପୂଜାର୍ଚ୍ଚନା କରିଥିବା ପ୍ରଧାନମନ୍ତ୍ରୀ କହିଥିଲେ । ହର୍ଷିଲ ଗାଁକୁ ଆସି ସ୍ଥାନୀୟ ମହିଳା ବା ଦିଦି-ଭୂଲିୟାମାନଙ୍କ ଆତିଥ୍ୟକୁ ପ୍ରଧାନମନ୍ତ୍ରୀ ଭୂରିଭୂରି ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ହର୍ଷିଲ ରାଜମା ପ୍ରଦାନ କରିଥିବାରୁ ସେ ସ୍ଥାନୀୟ ମହିଳାମାନଙ୍କୁ ଧନ୍ୟବାଦ ଦେଇଥିଲେ । ବାବା କେଦାରନାଥଙ୍କ ପୀଠ ଗସ୍ତ କରିଥିବା ସ୍ମୃତିକୁ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ । ଏହି ଶତାବ୍ଦୀ ବାବା କେଦାରନାଥଙ୍କ ଶତାବ୍ଦୀ ଭାବେ ପରିଚିତ ହେବ ବୋଲି ସେ କହିଥିଲେ । ନୂଆ ରାଜ୍ୟ ଗଠନ ହେବା ପରେ ଉତରାଖଣ୍ଡର ବିକାଶ ପାଇଁ ରାସ୍ତା ଫିଟୁଛି । ରାଜ୍ୟର ଅର୍ଥନୈତିକ ବିକାଶ ପାଇଁ ଶୀତକାଳୀନ ପର୍ଯ୍ୟଟନ ଏ କ୍ଷେତ୍ରରେ ଏକ ବଳିଷ୍ଠ ପଦକ୍ଷେପ । ରାଜ୍ୟର ବିକାଶ ପାଇଁ ଉତରାଖଣ୍ଡ ସରକାରଙ୍କର ଉଦ୍ୟମକୁ ସେ ପ୍ରଶଂସା କରିଥିଲେ । ରାଜ୍ୟରେ ବର୍ଷ ସାରା ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟକ୍ରମ ଚାଲୁ ରହିଲେ ରାଜ୍ୟର ଅର୍ଥନୀତିରେ ବିକାଶ ଘଟିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରତିଟି ଋତୁରେ ପର୍ଯ୍ୟଟନ ଭିତିକ କାର୍ଯ୍ୟକ୍ରମ ଚାଲୁ ରହିବା ଉଚିତ ବୋଲି ସେ କହିଥିଲେ । ସାଧାରଣତଃ ମାର୍ଚ୍ଚ, ଏପ୍ରିଲ, ମେ ଓ ଜୁନରେ ଏଠାକୁ ବିଭିନ୍ନ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ଶୀତଦିନରେ ଏତେଟା ପର୍ଯ୍ୟଟକ ଆସୁନଥିବାରୁ ହୋଟେଲ, ରିସର୍ଟ, ହୋମ ଷ୍ଟେ ପ୍ରାୟତଃ ଖାଲି ପଡିଥାଏ । ଏଥିପାଇଁ ଅର୍ଥନୈତିକ ବିକାଶ ବାଧା ପ୍ରାପ୍ତ ହୋଇଥାଏ ଓ ପରିବେଶ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ । ଶୀତ ଦିନରେ ଉତରାଖଣ୍ଡ ପରିଦର୍ଶନ କଲେ ଏହି ଦେବଭୂମିର ସୁନ୍ଦରତାକୁ ଅନୁଭବ କରିହେବ । ଏହି ଅଂଚଳରେ ଉପଲବ୍ଧ ଟ୍ରେକିଂ ଓ ସ୍କାଇଂର ଭରପୂର ମଜା ନେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ସମୟରେ ଏଠାରେ ଅନୁଷ୍ଠିତ ବିଭିନ୍ନ ପୂଜାପାଠର ଲାଭ ଉଠାଇବା ଦରକାର ବୋଲି ସେ ଅଭିହିତ କରିଥିଲେ । ବିଶେଷକରି ମୁଖବା ଗାଁରେ ଅନୁଷ୍ଠିତ ଧାର୍ମିକ ଉତ୍ସବ ଏହି ଅଂଚଳର ପ୍ରାଚୀନ ଓ ଗୌରବାବହ ଐତିହ୍ୟକୁ ପ୍ରତିପାଦିତ କରିଥାଏ । ବର୍ଷ ସାରା ରାଜ୍ୟ ସରକାରଙ୍କର ପର୍ଯ୍ୟଟନ ଭିତ୍ତିକ କାର୍ଯ୍ୟକ୍ରମ ଲୋକମାନଙ୍କୁ ଦିବ୍ୟ ଅନୁଭୂତି ଦେବାରେ ସହାୟକ । ସ୍ଥାନୀୟ ବାସିନ୍ଦା ଓ ଯୁବକମାନଙ୍କୁ ରୋଜଗାର ଦେବାରେ ଏହା ବିଶେଷ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଉତରାଖଣ୍ଡକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ମିଳିତ ଭାବେ କାମ କରୁଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ଗତ ଶତାବ୍ଦୀରେ ହୋଇଥିବା ସବୁ ଋତୁକାଳୀନ ଚାରିଧାମ ରାସ୍ତା, ଆଧୁନିକ ଏକ୍ସପ୍ରେସ ୱେ, ରେଳବାଇ, ବିମାନ ସେବାର ସମ୍ପ୍ରସାରଣ କଥା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । କେଦାରନାଥ ରୋପ ୱେ ପ୍ରକଳ୍ପ, ହେମକୁଣ୍ଡ ରୋପ ୱେ ପ୍ରକଳ୍ପକୁ ନିକଟରେ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଥିବା ସେ କହିଥିଲେ । କେଦାରନାଥ ରୋପ ୱେ ପ୍ରକଳ୍ପ ଆଠ/ନଅ ଘଂଟାର ଯାତ୍ରାକୁ ତିରିଶ ମିନିଟ ଭିତରେ ସାରିପାରିବ ବୋଲି ସେ ଉଲ୍ଲେଖ କରିଥିଲେ । ଏହି ରୋପ ୱେ ପ୍ରକଳ୍ପ ଲାଗି ହଜାର ହଜାର କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏପ୍ରକାର ରୂପାନ୍ତରୀକରଣ ପଦକ୍ଷେପ ପାଇଁ ଉତ୍ତରାଖଣ୍ଡ ଓ ସାରା ଦେଶକୁ ସେ ଧନ୍ୟବାଦ ଜଣାଇଥିଲେ । ବାତାନୁକୂଳ କୁଡିଆ, କନଭେନସନ ସେଂଟର, ହେଲିପ୍ୟାଡ ଭିତିଭୂମି ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରକାଶ କରିଥିଲେ । ଟିମର ସେନ ମହାଦେବ, ମାନା ଗାଁ, ଜାଦୁଙ୍ଗ ଗାଁରେ ନୂଆକରି ପର୍ଯ୍ୟଟନ ଭିତ୍ତିଭୂମି ଗଢି ଉଠୁଥିବା ସେ କହିଥିଲେ । ୧୯୬୨ରେ ମାନା ଓ ଜାଦୁଙ୍ଗ ଗାଁ ଖାଲି ହୋଇଥିବା ବେଳେ ଏଠାରେ ଏବେ ଥଇଥାନ ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଫଳରେ ଗତ ଶତାବ୍ଦୀରେ ଉତରାଖଣ୍ଡକୁ ବହୁ ପର୍ଯ୍ୟଟକ ବୁଲିବାକୁ ଆସିଛନ୍ତି । ୨୦୧୪ ପୂର୍ବରୁ ଚାରି ଧାମ ଯାତ୍ରା ଅବସରରେ ଏଠାକୁ ଆନୁମାନିକ ୧୮ ଲକ୍ଷ ପର୍ଯ୍ୟଟକ ଆସିଥିବା ବେଳେ ପ୍ରତିବର୍ଷ ଏଠାକୁ ୫୦ ଲକ୍ଷ ପର୍ଯ୍ୟଟକ ଆସୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ତେବେ ଚଳିତବର୍ଷ ବଜେଟରେ ପ୍ରାୟ ୫୦ଟି ନୂଆ ପର୍ଯ୍ୟଟନ ସ୍ଥାନ ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଉତ୍ତରାଖଣ୍ଡ ସୀମାବର୍ତ୍ତୀ ଅଂଚଳରୁ ବି ପର୍ଯ୍ୟଟନ ବିକଶିତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଅତୀତରେ ଶେଷ ଗାଁ ବୋଲି ବିବେଚିତ ହେଉଥିବା ଗାଁ ଏବେ ପ୍ରଥମ ଗାଁ ଭାବେ ଖ୍ୟାତ ହୋଇପାରିଛି । ଭାଇବ୍ରାଂଟ ଭିଲେଜ ପ୍ରୋଗ୍ରାମ ଅଧୀନରେ ଏହି ଅଂଚଳର ଦଶଟି ଗାଁକୁ ଏବେ ଅନ୍ତର୍ଭୁକ୍ତ କରାଯାଇଛି । ନେଲଙ୍ଗ ଓ ଜାଦୁଙ୍ଗ ଗାଁକୁ ପୁନର୍ଗଠିତ କରାଯାଇ ଜାଦୁଙ୍ଗ ଗାଁକୁ ଏକ ବାଇକ ରାଲିର ଶୁଭାରମ୍ଭ କରାଯାଇଛି । ମୁଦ୍ରା ଯୋଜନା ଅଧୀନରେ ଏହି ହୋମ ଷ୍ଟେଗୁଡିକୁ ପ୍ରସ୍ତୁତ କରାଯିବ । ନୂଆ ନୂଆ ହୋମ ଷ୍ଟେ ନିର୍ମାଣ କରାଗଲେ ପର୍ଯ୍ୟଟନର ବିକାଶ ହୋଇ ପାରିବା ସହ ସ୍ଥାନୀୟ ବାସିନ୍ଦାଙ୍କ ରୋଜଗାର ବଢିପାରିବ । ଶୀତ ଦିନେ ଏହି ଦେବଭୂମିକୁ ପର୍ଯ୍ୟଟକ ଆସିଲେ ହିଲ ଷ୍ଟେସନର ମଜା ନେଇପାରିବେ । ଘରବାଲିରେ ‘ଘମ ଟାପୋ ଟୁରିଜିମ’ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ସାରା ଦେଶରୁ ପର୍ଯ୍ୟଟକମାନେ ଏହାର ଭରପୁର ମଜା ନେବାକୁ କହିଥିଲେ । ଉତରାଖଣ୍ଡରେ ଏମଆଇସିଇ ସେକ୍ଟର ଉପରେ ପ୍ରାଧାନ୍ୟ ଦେଇ କର୍ପୋରେଟ ଜଗତ ଏଠାରେ ବିଭିନ୍ନ ସଭା, କନଫରେନ୍ସ, ପ୍ରଦର୍ଶନୀ ଆୟୋଜନ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଯୋଗ ଓ ଆୟୁର୍ବେଦ ମାଧ୍ୟମରେ ଉତରାଖଣ୍ଡକୁ ବୁଲି ଆସୁଥିବା ଆଗନ୍ତୁକମାନେ ନିଜକୁ ରିଚାର୍ଜ କରିପାରିବେ ବୋଲି ସେ କହିଥିଲେ । ଏହାଛଡା ଶୀତଦିନିଆ ଭ୍ରମଣ ପାଇଁ ବିଶ୍ୱ ବିଦ୍ୟାଳୟ, ଘରୋଇ ସ୍କୁଲ, ମହାବିଦ୍ୟାଳୟଗୁଡିକ ଉତରାଖଣ୍ଡକୁ ବାଛି ପାରିବେ । ବିଭିନ୍ନ ବିବାହ ଉତ୍ସବ ପାଇଁ ଲୋକେ ଉତ୍ତରାଖଣ୍ଡକୁ ଚୟନ କରିବା ଦରକାର । ଏହାଛଡା ଚଳଚ୍ଚିତ୍ର ନିର୍ମାଣ ପାଇଁ ମଧ୍ୟ ବିଭିନ୍ନ ପ୍ରଯୋଜକ ଏହି ଅଂଚଳକୁ ବାଛିବା ଦରକାର । କାରଣ ଏହି ରାଜ୍ୟ ଚଳଚ୍ଚିତ୍ର ନିର୍ମାଣ ପାଇଁ ଏକ ଉତ୍କୃଷ୍ଟ ଭୂମି ବୋଲି ଆଗରୁ ବିବେଚିତ ହୋଇ ଆସିଛି । ଶୀତ ପ୍ରଧାନ ଦେଶଗୁଡିକୁ ଅନୁଧ୍ୟାନ କରି ଉତ୍ତରାଖଣ୍ଡ ନିଜ ଅଂଚଳରେ ପର୍ଯ୍ୟଟନର ଭିତ୍ତିଭୂମିକୁ ବିକଶିତ କରିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରର ଅଂଶୀଦାରମାନଙ୍କୁ ବାହାର ଦେଶର ମଡେଲ ଅନୁଧ୍ୟାନ କରି ନିଜ ରାଜ୍ୟରେ ଉପଯୋଗ କରିବାକୁ ସେ ପରାମର୍ଶ ଦେଇଥିଲେ । ସ୍ଥାନୀୟ ପରମ୍ପରା, ସଙ୍ଗୀତ, ନୃତ୍ୟ ଓ ଖାଦ୍ୟକୁ ପ୍ରୋତ୍ସାହିତ କରିବାକୁ ସେ କହିଥିଲେ । ରାଜ୍ୟର ଉଷ୍ମ ପ୍ରସବଣଗୁଡିକୁ ସ୍ପା କେନ୍ଦ୍ର, ଯୋଗ କେନ୍ଦ୍ରରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଥିଲେ । ଶୀତ ଋତୁରେ ସ୍ୱତନ୍ତ୍ର ଭାବେ ବାଇଲ୍ଡ ଲାଇଫ ସଫାରୀ ଆୟୋଜନ କରିବା ଉପରେ ସେ ଗୁରୁତ୍ୱ ପ୍ରକାଶ କରିଥିଲେ । ଉତ୍ତରାଖଣ୍ଡର ଶୀତ କାଳୀନ ପର୍ଯ୍ୟଟନ ବିକାଶ ପାଇଁ ଦେଶର ଯୁବ କଂଟେଂଟ ଲେଖକମାନେ ଆଗେଇ ଆସିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଛୋଟ ଛୋଟ ଚଳଚ୍ଚିତ୍ର ନିର୍ମାଣ ପ୍ରତିଯୋଗିତା ଆୟୋଜନ କରିବା ନେଇ ସେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, କେନ୍ଦ୍ର ସଡକ ପରିବହନ ରାଷ୍ଟ୍ରମନ୍ତ୍ରୀ ଅଜୟ ତାମତା ପ୍ରମୁଖ ଉପସ୍ଥିତ ଥିଲେ ।