- ଜାପାନ ପ୍ରତିନିଧି ଦଳରେ ମାନୁଫାକ୍ଚରିଂ, ବ୍ୟାଙ୍କିଙ୍ଗ୍, ଏୟାରଲାଇନ୍ସ, ଫାର୍ମା ସେକ୍ଟର, ଇଞ୍ଜିନିୟରିଂ ଏବଂ ଲଜିଷ୍ଟିକ୍ସ ଭଳି ପ୍ରମୁଖ କ୍ଷେତ୍ରର କର୍ପୋରେଟ୍ ହାଉସର ନେତାମାନେ ସାମିଲ ଅଛନ୍ତି
- ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ’ ପ୍ରତି ଜାପାନର ଦୃଢ଼ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଛନ୍ତି
ନୂଆଦିଲ୍ଲୀ, (ପିଆଇବି) : ଜାପାନ-ଭାରତ ବ୍ୟବସାୟ ସହଯୋଗ ସମିତି (ଜେଆଇବିସିସି)ର ଅଧ୍ୟକ୍ଷ ତାତ୍ସୁଓ ୟାସୁନାଗାଙ୍କ ନେତୃତ୍ୱରେ ୧୭ ଜଣିଆ ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଏହି ପ୍ରତିନିଧି ଦଳରେ ଜାପାନର ଅଗ୍ରଣୀ କର୍ପୋରେଟ୍ ହାଉସ୍ ଯଥା ଉତ୍ପାଦନ, ବ୍ୟାଙ୍କିଙ୍ଗ୍, ଏୟାରଲାଇନ୍ସ, ଫାର୍ମା ସେକ୍ଟର, ପ୍ଲାଣ୍ଟ ଇଞ୍ଜିନିୟରିଂ ଏବଂ ଲଜିଷ୍ଟିକ୍ସର ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ । ଜାପାନ-ଭାରତ ବ୍ୟବସାୟ ସହଯୋଗ କମିଟିର ଆଗାମୀ ୪୮ତମ ମିଳିତ ବୈଠକ ଏବଂ ଏହାର ଭାରତୀୟ ପ୍ରତିପକ୍ଷ ଭାରତ-ଜାପାନ ବ୍ୟବସାୟ ସହଯୋଗ କମିଟିର ଆଗାମୀ ୪୮ତମ ମିଳିତ ବୈଠକ ବିଷୟରେ ୟାସୁନାଗା ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଭାରତରେ ଉଚ୍ଚମାନର, ସ୍ୱଳ୍ପ ମୂଲ୍ୟର ଉତ୍ପାଦନ, ଆଫ୍ରିକା ଉପରେ ବିଶେଷ ଧ୍ୟାନ ଦେଇ ବିଶ୍ୱ ବଜାର ପାଇଁ ଉତ୍ପାଦନର ସମ୍ପ୍ରସାରଣ ଏବଂ ମାନବ ସମ୍ବଳ ବିକାଶ ଏବଂ ବିନିମୟ ବୃଦ୍ଧି ସମେତ ପ୍ରମୁଖ କ୍ଷେତ୍ର ଉପରେ ଆଲୋଚନା ହୋଇଥିଲା । ଭାରତରେ ଜାପାନର ବ୍ୟବସାୟର ସମ୍ପ୍ରସାରଣ ଯୋଜନା ଏବଂ ‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ’ ପ୍ରତି ସେମାନଙ୍କର ଦୃଢ଼ ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କର ଏକ ପ୍ରମୁଖ ସ୍ତମ୍ଭ ଭାବେ ପରିଗଣିତ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ।