କର୍ଲାବାହାଲି ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁରକେଲା ବ୍ଲକ କର୍ଲାବାହାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଓ ନିପୁଣ ମେଳା ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗଦେଇଥିଲେ । ପରିଚାଳନା କମିଟି ସଭାପତି ସିତାରାମ ବାଗ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ହିଆଲ ଗ୍ରାମପଞ୍ଚାୟତ ସରପଞ୍ଚ ଲୋକନାଥ ଥପା, ପ୍ରଧାନ ଶିକ୍ଷକ ଉନ୍ନୀତ ଉଚ୍ଚବିଦ୍ୟାଳୟ ବୁରୋମାଲ ବିଭୁ ଦତ୍ତ ସାହୁ, ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହିଆଲ ଯୁଧିଷ୍ଠିର ଭରାସଗ୍ରୀଆ , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତୁରେକେଲା ଫକିର ଚରଣ ବିଶି, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରତିନ୍ଦ୍ର ରାଏ,ସାଧନ କେନ୍ଦ୍ର ସଂଯୋଜକ ଅମରେନ୍ଦ୍ର ବାଗ ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ସରକାରୀ ପ୍ରାଥମିକ ବିଦ୍ୟାଳୟ କର୍ଲାବାହାଲି ପ୍ରଧାନ ଶିକ୍ଷକ ବ୍ରଜମୋହନ ମିଶ୍ର । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ମୃତ୍ୟୁଞ୍ଜୟ ପ୍ରଧାନ, ସଚିନ ସେଠ୍, ସତ୍ୟନାରାୟଣ ଧରୁଆ ଓ ସୋନାଲି ରାଉତରାୟ । ସଭା ପରେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.