csstore

ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ପକ୍ଷରୁ ୩ ସାମ୍ବାଦିକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଅଂଚଳର ୩ ଜଣ ସାମ୍ବାଦିକଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସଂଘର ଉପସଭାପତି ସୁଶାନ୍ତ ବେହେରା ଜୁନାଗଡ଼ରେ ଆୟୋଜିତ “ଦର୍ଶନ” ଖବରକାଗଜର ୨୨ ବର୍ଷ ପୂର୍ତ୍ତି ଅବସରରେ ପ୍ରାଦେଶିକ ସ୍ତରୀୟ ସ୍ୱନକ୍ଷତ୍ର ଦିବସ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହୋଇଥିଲେ । ରାଣୀପୁର ଝରିଆଲ ଶିବରାତ୍ରି ମେଳା ଓ ଚଉଷଠି ଯୋଗିନୀ ମହୋତ୍ସବ କାର୍ଯ୍ୟକ୍ରମରେ ଆମ୍ଭ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ ସକ୍ରିୟ ଭାବେ ଯୋଗଦାନ କରିଥିଲେ । ଏବଂ ସଂଘର ସମ୍ପାଦକ ହୁଲେଶ୍ୱର ହଂସ ‘ଅର୍ଗସ ନ୍ୟୁଜ’ ଟିଭି ଚ୍ୟାନେଲରେ ଚାରି ବର୍ଷ ପୂର୍ତ୍ତି କରି ପାଞ୍ଚ ବର୍ଷରେ ପଦାର୍ପଣ କରିଛନ୍ତି । ସଂଘର କାର୍ଯ୍ୟକର୍ତାଙ୍କ ସାଙ୍ଗଠନିକ ନେତୃତ୍ୱ ତଥା ଦକ୍ଷତାର ସହ କୃତିତ୍ୱ ଲାଭ କରୁଥିବାରୁ ଉତ୍ତରୋତ୍ତର ଉନ୍ନତି କାମନା କରି ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ସଂଘର କାର୍ଯ୍ୟକାରୀ ସଭାପତି ଅଶୋକନାରାୟଣ ଭୋଇ, କୋଷାଧ୍ୟକ୍ଷ ଦୀପକ ଦାସ ଯାଦବ, ସଦସ୍ୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.