ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମରେ ବିଜୁବାବୁଙ୍କ ଜୟନ୍ତୀ ପାଳିତ ହେଇଯାଇଛି । ଏହି ଅବସରରେ ସାମନ୍ତରା ସାହି ସ୍ଥିତ ବିଜୁବାବୁଙ୍କର ପ୍ରତିମୂର୍ତ୍ତିରେ ଦଳୀୟ କର୍ମୀ ମାନେ ଏକତ୍ରିତ ହୋଇ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ପରେ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡ଼ା, ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା, ପୂର୍ବତନ ଉପାଧ୍ୟକ୍ଷ ନିଲାଞ୍ଚଳ ବାରିକି, ଯୁବନେତା ସୁଧୀର ପାଢ଼ୀ, ସୁଦାମ ଜେନା, ପଙ୍କଜ ବରିକି, ପପି ଗୌଡ ପ୍ରମୁଖ ଉପସ୍ଥିତ ରହି ବିଜୁବାବୁଙ୍କ ଜୀବନୀ ଓ କାର୍ଯ୍ୟଧାରା ଉପରେ ଆଲେଚନା କରିଥିଲେ ।