oom

ବେକରେ ଦଉଡି ଲଗାଇ ଶ୍ରମିକଙ୍କ ଆତ୍ମହତ୍ୟା

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ । ବେକରେ ଦଉଡି ଲଗାଇ ଶ୍ରମିକଙ୍କ ଆତ୍ମହତ୍ୟା । ନୟାଗଡ ଜିଲ୍ଲାରୁ ବଲାଙ୍ଗିର ଜିଲ୍ଲାକୁ ଖଟିବାକୁ ଆସିଥିବା ଜଣେ ଦାଦନ ଶ୍ରମିକ ଆତ୍ମହତ୍ୟା କରିଥିବା ଘଟଣା ଅଞ୍ଚଳରେ ଚହଳ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା ଓଡଗାଁ ଥାନା ଜାମୁପାଟଣା ଗ୍ରାମର କୁଶ ପଳେଇ (୨୧) କିଛି ମାସ ତଳେ ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଅନ୍ତର୍ଗତ ଖୋଲାଗଡ଼ ଠାରେ ନୂତନ ଭାବେ ବସୁଧା ଯୋଜନାରେ ତିଆରି ହେଉଥିବା ପାଣିଟାଙ୍କି ନିର୍ମାଣ କାର୍ୟ୍ୟରେ କାର୍ଯ୍ୟରତ ଥିଲେ ।ଏହି କାର୍ଯ୍ୟଟି ଆମରିନ ବାନୋଙ୍କ ନାମରେ ଥିବାବେଳେ କାର୍ଯ୍ୟଟିକୁ ତାଙ୍କ ସ୍ୱାମୀ ମୋହମ୍ମଦ ଏଯାଜ ଦେଖୁଥିଲେ । ଦୁଇ ମାସ ହେଲା ପାଣି ଟାଙ୍କିରେ କୁଶ କାମ କରୁଥିବା ବେଳେ ଗତକାଲି ସେ ତାଙ୍କ ଭାଇ ଅଜିତଙ୍କୁ ଫୋନ୍ ଯୋଗେ ଅଭିଯୋଗ କରିଥିଲେ ଯେ ଠିକାଦାରକୁ କାମ କରିଥିବା ବାକିଆ ଦେଢ଼ରୁ ୨ ଲକ୍ଷଟଙ୍କା ମାଗିବାରୁ ସେ ମନା କରି ଦେଇଥିଲେ । କାମ ସରିଲା ପରେ ହିସାବ ହେବ ବୋଲି ଉତ୍ତର ଦେଇଥିଲେ । ଗତ ରାତିରେ ବେକରେ ଦଉଡି ଲଗାଇ ଏହି କଥାକୁ ନେଇଁ ଉଦାସୀନତା ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି ନାଁ ଅନ୍ୟ କୌଣସି ବିଷୟକୁ ନେଇ ଏପରି ଘଟଣା ଘଟିଛି ତାହା ଲରମ୍ଭା ପୋଲିସ ତନାଘନା କରୁଥିବା ଜଣାପଡିଛି । ଏନେଇ ଲରମ୍ଭା ଥାନା ୟୁଡି କେସ ନଂ ୩/୨୦୨୫ରେ ଏକ ମାମଲା ଋଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଲରମ୍ଭା ଥାନାଧିକାରୀ ଭାନୁପ୍ରସାଦ ୟାଦବ ପ୍ରକାଶ କରିଛନ୍ତି । ଏବିଷୟରେ ଠିକାଦାରଙ୍କୁ ଯୋଗାଯୋଗ କରିଥିଲେ ସୁଦ୍ଧା ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

jittmm
Leave A Reply

Your email address will not be published.