ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଆମ ସଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ଚେୟାରପର୍ସନ ସୁଜାତା ବାଘଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟର୍ୟ୍ୟକ୍ରମକୁ ସ୍ଥାନୀୟ ସିଆରସିସି ସୌରଭ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ବରପାଲି କଳାଭୂମି ପ୍ରତିଷ୍ଠାତା ରମାକାନ୍ତ ତ୍ରିପାଠୀ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଆମ ସଂସ୍କୃତିରେ ଖେଳଣାର ମହତ୍ତ୍ୱ ଓ ଶୈକ୍ଷିକ କାର୍ଯ୍ୟରେ ତାହାର ବ୍ୟବହାର ବିଷୟରେ ମତବ୍ୟକ୍ତ କରିବା ସହ ଚିତ୍ରାଙ୍କନ ମାଧ୍ୟମରେ ବିଭିନ୍ନ ଶୈକ୍ଷିକ ଖେଳଣା ତିଆରି କରି ଏହାର ବ୍ୟବହାର ବିଷୟରେ ଶିକ୍ଷା ଦେଇଥିଲେ । ପ୍ରସିଦ୍ଧ ମୃତ୍ତିକା ଶିଳ୍ପୀ ବ୍ରଜ ରଣା ମୃତ୍ତିକାରୁ ବିଭିନ୍ନ ଶୈକ୍ଷିକ ଖେଳଣା ତିଆରି କରିବା ସହ ତାହାର ବ୍ୟବହାର ବିଷୟରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । କଳା ଶିକ୍ଷକ ଅବିନାଶ ମହାପାତ୍ର କାଗଜକାମ ମାଧ୍ୟମରେ ବିଭିନ୍ନ ଶୈକ୍ଷିକ ଖେଳଣା ତିଆରି କରି ଏହାର ପ୍ରଣାଳୀ ଶିଖାଇଥିଲେ । ଶିକ୍ଷକ ବିନୋଦ ବେହେରା, ସଦାନନ୍ଦ ପଧାନ, ଦୟାସାଗର ପଧାନ, ଚୈତନ୍ୟ ବାରିକ, ଶିକ୍ଷୟିତ୍ରୀ ଲକି ସାହୁ, ଚନ୍ଦ୍ରମା ମହାପାତ୍ର ସହଯୋଗ କରିଥିଲେ । ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ମୌନାବତୀ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post