ଦୌଡ଼ିଲା ବେଳେ ଟଳିପଡିଲେ ପରୀକ୍ଷାର୍ଥୀ

ସୁନ୍ଦରଗଡ଼ : ଓଏସ୍‌ଏସ୍‌ସି ପରୀକ୍ଷାରେ ଅଘଟଣ । ଫିଜିକାଲ୍‌ ଟେଷ୍ଟ ଚାଲୁଥିବା ବେଳେ ଚାଲିଗଲା ଜଣେ ପ୍ରାର୍ଥୀଙ୍କ ଜୀବନ । ମୃତକ ରାଉରକେଲାର ପ୍ରବୀଣ କୁମାର ପଣ୍ଡା । ଖବର ଅନୁସାରେ ରାଉରକେଲାର ବ୍ୟାଚ୍ ନମ୍ବର ଏ ୦୨ ପ୍ରବୀଣ କୁମାର ପଣ୍ଡା । ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ପଦବୀ ପାଇଁ ସେ ଆବେଦନ କରିଥିଲେ । ଉକ୍ତ ପୋଷ୍ଟ ପାଇଁ ମଙ୍ଗଳବାର ଦିନ ଚାଲିଥିଲା ଫିଜିକାଲ୍ ଟେଷ୍ଟ । ଭବାନୀପୁରରୁ ବାରଗାଡ ୨୫ କିଲୋମିଟର ଦୌଡ଼ରେ ଭାଗ ନେଇଥିଲେ ପ୍ରବୀଣ ।ହେଲେ ସଦର ଥାନା କିରେଇ ନିକଟରେ ହଠାତ୍‌ ଅଚେତ ହୋଇପଡ଼ିଥିଲେ ପ୍ରବୀଣ । ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ପ୍ରବୀଣଙ୍କୁ ମୃତ ଘୋଷଣା କରିଛନ୍ତି । ପୁଅର ମୃତ୍ୟୁ ଖବର ପାଇବା ପରେ ପ୍ରବୀଣଙ୍କ ଘରଲୋକ ଭାଙ୍ଗି ପଡ଼ିଛନ୍ତି ।

Leave A Reply

Your email address will not be published.