ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧିନରେ ପରିଚାଳିତ ଛତ୍ରପୁର ସହରାଞ୍ଚଳର ରିକାପଲ୍ଲୀ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ସୋମବାର ପାଳିତ ହୋଇଯାଇଛି । ସ୍କୁଲ୍ ଛାତ୍ରଛାତ୍ରୀମାନଙ୍କ ଚିତ୍ତାକର୍ଷକ ନୃତ୍ୟ ପରିବେଷଣରେ ଅଭିଭାବକ ମହଲରେ ଖୁବ ପ୍ରଶଂସନୀୟ ହୋଇଛି । ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ ସାଂଙ୍ଗକୁ ଆଧୂନିକ ନୃତ୍ୟ ସଙ୍ଗୀତ, ଚିତ୍ରକଳା, ଅଭିନୟ, ବିଜ୍ଞାନ ପ୍ରଦର୍ଶନୀ ଆଦିରେ ଏଵଂ ମେଧାବୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ମାନପତ୍ର ସହ ପୁରସ୍କାର ବିତରଣ କରାଯାଇ ବିଦ୍ୟାର୍ଥୀଙ୍କୁ ସମ୍ମାନୀତ କରାଯାଇଛି । ସେହିପରି ସ୍କୁଲ ଆଲୁମିନ୍ ସଂଘ ତରଫରୁ ସହରର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ୍ୟ ଜୀବନ କୁମାର ମହାରଣା, ଅଶୋକ ସେନାପତି, ସଂଘମିତ୍ରା ପଣ୍ଡାଙ୍କୁ ମଞ୍ଚ ଉପରକୁ ଆହ୍ୱାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍କୁଲ ପ୍ରଧାନଶିକ୍ଷୟିତ୍ରୀ ରୀତା ରଥ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିଥିବା ବେଳେ ଶିକ୍ଷୟିତ୍ରୀ ବବିତା ପଟ୍ଟନାୟକ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଶିକ୍ଷୟିତ୍ରୀ ଉଷାରାଣୀ ପଣ୍ଡା, ସୁଜାତା ପାଢ଼ୀ, ଶିକ୍ଷକ ଅଶୋକ କୁମାର ପଣ୍ଡା, ଜୟଲକ୍ଷ୍ମୀ ବେହେରା, ସହକର୍ମୀ ସୁଜାତା ତ୍ରିପାଠୀ, ସୁନୀତା ପାତ୍ର ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Prev Post
Next Post