ରାଜପଥରେ ଚାଲୁଛି ଗଜରାଜ

ଭଦ୍ରକ : ଭଦ୍ରକ ସହରରେ ପଶିଲା ହାତୀ । ହଦଗଡ଼ ଜଙ୍ଗଲରୁ ବାହାରି ସହରରେ ପଶିଛି ଦନ୍ତା ହାତୀ । ଯାହାକୁ ଘଉଡାଇବା ପାଇଁ ବନ ବିଭାଗ କର୍ମଚାରୀ ଏବଂ ପୋଲିସ ନାକେଦମ୍‌ ହେଲେଣି । ଭଦ୍ରକ ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥ ଦେଇ ଭଦ୍ରକ ଭିତରେ ପଶିଛି ହାତୀ । ରାସ୍ତା ମଝିରେ ହାତୀ ଯାଉଥିବା ଯୋଗୁଁ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏପିରିକି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି । ତେବେ କେନ୍ଦୁଝର ହାଟଡିହି ଅଞ୍ଚଳରୁ ରାତ୍ରୀ ସମୟରୁ ହାତୀଟି ବନ୍ତ ଅଞ୍ଚଳକୁ ଆସିଥିବା ହଦଗଡ଼ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ହାତୀ ଏବେ ଭଦ୍ରକ ସହର ନିକଟ ରାନ୍ଦୀଆ ରାମକୃଷ୍ଣପୁର ନିକଟରେ ରହିଛି ।ବନବିଭାଗ ଓ ପୋଲିସ ଟିମ ହାତୀକୁ ଏସ୍କାର୍ଟ ଦେଉଛି । ଲୋକଙ୍କୁ ଭିଡ ନକରିବା ପାଇଁ ପରାମର୍ଶ ଦେଇଛି ବନବିଭାଗ ।

Leave A Reply

Your email address will not be published.