ସୁରେଶ କୁମାର ନାଏକଙ୍କ ପରଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁରୁଲ ନିବାସୀ ସୁରେଶ କୁମାର ନାଏକଙ୍କ ପରଲୋକ । ବୟସ ମାତ୍ର ୫୧ ବର୍ଷ । ସେ କୁରୁଲ ଗ୍ରାମ୍ୟ କମିଟି ସଭାପତି ରହି କେନ୍ଦ୍ର କମିଟିର ଅନେକ କାର୍ଯ୍ୟରେ ଯୋଗ ଦେଇ ସେବା କାମକୁ ଆଗଭର ହୋଇ ନିର୍ବାହ କରୁଥିଲେ । ବଲାଙ୍ଗିର ଜିଲ୍ଲାର ୧୦୮ ଆମ୍ବୁଲାନ୍ସ ସେବାରେ କାର୍ଯ୍ୟରତ ଥାଇ ସମାଜର ଅନେକ ରୋଗୀଙ୍କୁ ନେବା ଆଣିବା କାର୍ଯ୍ୟକରି ପ୍ରଶଂସିତ ହୋଇଥିଲେ ସୁରେଶ । ସେ ଥିଲେ ସରଳ, ନିଷ୍କପଟ ଓ ଜଣେ ମେଳାପୀ ଯୁବକ । ବର୍ତ୍ତମାନ ତାଙ୍କ ପରିବାରରେ ତାଙ୍କର ବୃଦ୍ଧା ରୋଗୀଣା ମା, ଧର୍ମପତ୍ନୀ ଓ ନବମ ଶ୍ରେଣୀ ପଢ଼ୁଥିବା ଏକମାତ୍ର ପୁଅ ।

Leave A Reply

Your email address will not be published.