csstore

ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ମହିଳା ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ମହିଳା ଆତ୍ମସୁରକ୍ଷା ତାଲିମ ଶିବିର ସୋମବାର ଉଦୟଘାଟିତ ହୋଇଯାଇଛି । ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଶିବିରରେ ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ତଥା ସାଂସଦଙ୍କ ବ୍ଲକ ପ୍ରତିନିଧି ଶ୍ରୀବତ୍ସ ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରୀମାନଙ୍କୁ ନିଜେ ନିଜର କିପରି ଆତ୍ମ ସୁରକ୍ଷା କରିପାରିବେ ସେ ବିଷୟରେ ପରାମର୍ଶ ଦେଇଥିଲେ । ମୁରିବାହାଲ ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଜଣେ ଛାତ୍ରୀ ତଥା ମହିଳା ଭାବେ ପ୍ରତିକୂଳ ପରିସ୍ଥିତିରେ ନିଜେ ନିଜର କିପରି ଆତ୍ମସୁରକ୍ଷା କରିପାରିବେ ସେ ସମ୍ପର୍କରେ ଛାତ୍ରୀମାନଙ୍କୁ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ।ମାଷ୍ଟର ଟ୍ରେନର ଯାଜ୍ଞସେନୀ ମାଝୀ ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ତାଲିମ ପ୍ରଦାନ କରୁଛନ୍ତି । ଏଥିରେ ସମସ୍ତ ଛାତ୍ରୀ ଏହି ଆତ୍ମସୁରକ୍ଷା ତାଲିମ ଗ୍ରହଣ କରୁଛନ୍ତି । କାର୍ଯ୍ୟକ୍ରମକୁ ପ୍ରୋଗ୍ରାମ କୋର୍ଡିନେଟର ଅଧ୍ୟାପିକା ସରୀତା ରଣା ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ଯଶୋମିତା ବେହେରା ସଭା ପରିଚାଳନା କରିଥିଲେ । ଅଧ୍ୟାପିକା ମୀରାବାଇ ଗଡତ୍ୟା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.