ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବୀରମୁଣ୍ଡା ଠାରେ ସୀତାରାମ ମନ୍ଦିରର ରତ୍ନମୁଦ ଉତ୍ସବ ଭବ୍ୟ ସମରୋହରେ ଅନୁଷ୍ଠିତ ହୋଇଯାଇଛି । ଗତ ଶନିବାର ଓ ରବିବାର ଦୁଇଦିନ ଧରି ପୂଜାବିଧି ଲାଗି ରହିଥିଲା । ସକାଳୁ ଗୁପ୍ତପୂଜା, ବୃକ୍ଷପୂଜା ଓ ହୋମଯଜ୍ଞ ପରେ ରତ୍ନମୁଦ ପୂଜା ହୋଇଥିଲା । ଡା. ରୁଦ୍ରନାରାୟଣ ପଟେଲ, ସହଧର୍ମିଣୀ ଶ୍ରୀମନ୍ତିନୀ ପଟେଲ କର୍ତ୍ତା ଦାୟିତ୍ୱ ତୁଳାଇଥିବା ବେଳେ ବୌଦ ଜିଲ୍ଲା ଚାରିଶମ୍ଭୁ ମନ୍ଦିରର ପୂଜକ ରାମଚନ୍ଦ୍ର ପୁରୋହିତ ପୂଜା କାର୍ଯ୍ୟ ତୁଳାଇଥିଲେ । ଆଜି ଏହି ଉତ୍ସବରେ ଆଖପାଖ ଗାଁର ଶ୍ରଦ୍ଧାଳୁ, ରାମଜୀ ନାଟକ ସଂସଦ ଏବଂ ସୀତାରାମ ମନ୍ଦିର କମିଟି ସହେଯାଗ କରିଥିଲେ । ପ୍ରକାଶ ଯେ, ଦୁଇବର୍ଷ ତଳେ ଅଯୋଧ୍ୟା ମନ୍ଦିରରୁ ମାଟି ଆଣି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଭବ୍ୟ ମନ୍ଦିରରେ ମୁଖ୍ୟ ମନ୍ଦିର ସହିତ ଲକ୍ଷ୍ମୀ ମନ୍ଦିର, ପୁଷ୍କରିଣୀ ଏବଂ ବଗିଚାର ନିର୍ମାଣ କାମ ଜାରି ରହିଛି ।