jsm

ଭଞ୍ଜସେନାର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

csstore

ମୟୁରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ହୋଟେଲ ସାଇ ବିନାୟକ ଠାରେ ଭଞ୍ଜସେନାର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସମ୍ମିଳନୀରେ ପ୍ରଥମେ ମୟୁରଭଞ୍ଜ ତଥା ସମଗ୍ର ଓଡ଼ିଶାର ସୁନାମଧନ୍ୟ ସିନେ ତାରକା ଉତ୍ତମ ମହାନ୍ତିଙ୍କ ଅକାଳ ବିୟୋଗ ଉଦ୍ଦେଶ୍ୟରେ ୨ମିନିଟ ନିରବ ପ୍ରାର୍ଥନା ପୁର୍ବକ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ତାଙ୍କ ଫୋଟରେ ମାଲ୍ୟାର୍ପଣ ଏବଂ ଦୀପ ପ୍ରଜ୍ୱଳନ ପୂର୍ବକ ଶୋକସଭା ପାଳନ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଉକ୍ତ ସଭାରେ ସମସ୍ତ ନୂତନ ତଥା ପୁରାତନ କର୍ମକର୍ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ମୟୁରଭଞ୍ଜ ଜିଲ୍ଲାର ହକ ପାଇଁ ଆଗାମୀ ଦିନର କାର୍ଯ୍ୟଶୈଳୀ ତଥା କାର୍ଯ୍ୟପନ୍ଥା ସମ୍ବନ୍ଧରେ ବିସ୍ତୃତ ଆଲୋଚନା ହୋଇଥିଲା । ଏଥି ସହିତ ସମସ୍ତ କର୍ମକର୍ତ୍ତା ବୃନ୍ଦ କାନ୍ଧକୁ କାନ୍ଧ ମିଶାଇ ଜିଲ୍ଲା ସ୍ୱାର୍ଥ ପାଇଁ ସଂଗ୍ରାମରେ ସାମିଲ ହେବେ ବୋଲି ବଜ୍ର ଶପଥ ଗ୍ରହଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ସତ୍ୟସ୍ୱରୂପ ଦାଶ, ନିମାଇଁ ତ୍ରିପାଠୀ, ଜିତେଦ୍ର ହେମ୍ବ୍ରମ, ପିଣ୍ଟୁ ମାଇତି, ରାକେଶ ବେହେରା, ବାଜୁନ ହାଁସଦା, ସାମନ୍ତ ଶେଖର ପାଲ, ରବୀନ ମହାନ୍ତି, ସନ୍ତୋଷ ଗିରି, ପରିତୋଷ ବାରିକ, ରମଜାନ ବେଗ, ଲକ୍ଷ୍ମୀଧର ସାହୁ, ସୁନ୍ଦର ମୋହନ ଟୁଡୁ, ରାକେଶ ମହାନ୍ତି, ଜ୍ୟୋତିରଂଜନ ପୃଷ୍ଟି, ରାକେଶ ପଣ୍ଡା, ମାନସ ବେହେରା, ଏସ. କେ ରାଜାଖାନ, ଗଣେଶ ମହାନ୍ତି, ଭାଗବତ ହେମ୍ବ୍ରମ, ବାର୍ଷା ହେମ୍ବ୍ରମ, ପ୍ରଶାନ୍ତ ଦାସ, ଗୌରାଙ୍ଗ ଘଡେ଼ଇ, ସାଫଲ୍ୟ ମିଶ୍ର, ପ୍ରଶାନ୍ତ ମହାକୁଡ, ଦିପେସ ଅଗ୍ରୱାଲ, ଲଲାଟ କେଶରୀ ରାଉତ ପ୍ରମୁଖଙ୍କ ସମେତ ସମଗ୍ର ଜିଲ୍ଲାରୁ ପାଖାପାଖି ୨ ଶହ କର୍ମକର୍ତ୍ତା ସାମିଲ ହୋଇଥିଲେ ଏବଂ ଆଗାମୀ ଦିନରେ ଜିଲ୍ଲାର ହକକୁ ହାସଲ କରିବା ପାଇଁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବୈଠକରେ ସମୂହ ମତ ପ୍ରକାଶ କରିଥିଲେ ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ।

yuvodaya
Leave A Reply

Your email address will not be published.