csstore

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସେଟେଲମେଣ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାକୁ ଡବଲ ଇଞ୍ଜିନ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନ ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ସୁରେଶ ପୁଜାରୀ ଆସିଥିବା ବେଳେ ତାଙ୍କୁ ନାଗରିକ ସମର୍ଦ୍ଧିନା କରାଯାଇଥିଲା ।ଏହି ସମୟରେ ବଲାଙ୍ଗିର ବିକାଶ ଉଦ୍ଦେଶ୍ୟରେ ବିଭିନ୍ନ ସଂଗଠନ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବିପତ୍ର ମଧ୍ୟରେ ରାଜ୍ୟର ଲୋକମାନଙ୍କ ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଦାବି ଯାହାକି ସେଟେଲମେଣ୍ଟ ପରି ଲୋକାଭିମୁଖୀ ଦାବିପତ୍ର ମଧ୍ୟ ପୂଜାରୀଙ୍କୁ ‘ତକ୍ଷକ’ ସମ୍ପାଦକ ବିଶ୍ୱମୟ ପୂଜାରୀଙ୍କ ସମେତ ରାଜ କିଶୋର ଦାସ, ସଲିମ ଖାନ୍, ପ୍ରଭାସ ପାଣିଗ୍ରାହୀ, ବଲାଙ୍ଗିର ନାଲଖଣ୍ଡି ପଡା ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି ଲଲିତ ପଣ୍ଡାଙ୍କ ସମେତ ସମସ୍ତ କର୍ମକର୍ତ୍ତା ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.